March 8, 2026

ଗଙ୍ଗାପୁର ହାଇସ୍କୁଲର ୨୦୧୦ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20251229-WA0063
Share

 

ଛତ୍ରପୁର ତା ୨୯/୧୨/୨୫(ଅରୁଣ କୁମାର ପଣ୍ଡା )ଜଣେ ବାଲ୍ୟବନ୍ଧୁ ବା ସ୍କୁଲ ସହପାଠୀ ଜୀବନର ଗୋଟିଏ ନିହାତି ଆବଶ୍ୟକୀୟ ଅଂଶ।ଏହି ଧର୍ମକୁ ପ୍ରତିପାଦିତ କରିବାକୁ ଯାଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର ହାଇସ୍କୁଲର ୨୦୧୦ ମସିହା ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀ ମାନେ ବନ୍ଧୁମିଳନ ଉତ୍ସବ ପାଳନ କରିଛନ୍ତି। ସ୍ଥାନୀୟ ଗଙ୍ଗାପୁର ହିଇସ୍କୁଲ ପରିସରରେ ଖୁବ୍ ଆକର୍ଷଣୀୟ କାର୍ଯ୍ୟକ୍ରମର ଆୟୋଜନ ସହ ବନ୍ଧୁମାନେ ଛାତ୍ର ଜୀବନର ଅଭୁଲା ଅତୀତର ଅନୁଭୁତି ବର୍ଣ୍ଣନା କରିଥିଲେ। ପୂର୍ବତନ ପ୍ରଧାନଶିକ୍ଷକ ଅଜିତ୍ କୁମାର ପାଢୀ, ପ୍ରାକ୍ତନ ଶିକ୍ଷକ ରବିନ୍ଦ୍ର କୁମାର ସେଠୀ, ଲକ୍ଷ୍ମୀ ନାରାୟଣ ପାତ୍ର, ପଞ୍ଚାନନ ଦାଶ, ରଶ୍ମିତା ନାୟକ, ସତ୍ୟ ନାରାୟଣ ପାଣିଗ୍ରାହୀ, କୃଷ୍ଣ ଚନ୍ଦ୍ର ଦାଶ ଏହି ଗୁରୁପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୨୦୧୦ ବ୍ୟାଚ୍ ଛାତ୍ରଛାତ୍ରୀମାନଙ୍କୁ ଆଶୀର୍ବାଦ ଅର୍ପଣ କରିଥିଲେ। ପୁରାତନ ଛାତ୍ର ବିକ୍ରମ କୁମାର ନାହାକ, ଅନିଲ କୁମାର ସ୍ୱାଇଁ, ନିରାକାର ପ୍ରଧାନ, ବସନ୍ତ ସାସମଲ, ମମତା କୁମାରୀ ମହାପାତ୍ର, ଦୁର୍ଗାମାଧବ ପ୍ରଧାନ, ତପନ ନାହାକ, ରାକେଶ ପ୍ରଧାନ, ସୈରାଜ ବେହେରା, ସୁନିଲ ମୁଦୁଲି, ଗିତାଞ୍ଜଳି ବେହେରା ପ୍ରମୁଖ ନିଜନିଜର ସୁନ୍ଦର ମତସହ ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ବନ୍ଧୁଙ୍କୁ ସହଯୋଗ ସହ ସମାଜସେବାର ଶପଥ ନେଇ ସମସ୍ତ ସାଙ୍ଗମାନେ ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ।