ଧାନ ମଣ୍ଡି ର ଶୁଭ ଉଦଘାଟନ କଲେ ଛତ୍ରପୁର ବିଧାୟକ

ଛତ୍ରପୁର ତା ୨୯/୧୨/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ବଣ ବଣା ପଲି ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ର ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଆସି ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ରିବନ କାଟି ଧାନ ମଣ୍ଡି ର ଶୁଭ ଉଦଘାଟନ କରିଥିଲେ ଚଳିତ ଖରିଫ ଋତୁ ରେ ଯୋଗ୍ୟ ବିବେଚିତ ହୋଇଥିବା ପଞ୍ଜିକୃତ ଚାଷୀଙ୍କ ର ଧାନ କିପରି ସୁବିଧା ରେ ଯାଇ ପାରିବ ସେ ଉପରେ ଗୁରତ୍ୱରୋପ କରିଥିଲେ। ଚଳିତ ବର୍ଷ ଛତ୍ରପୁର ବ୍ଲକ ର ୬୬୭୩ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ରାଜ୍ୟ ସରକାର ଙ୍କ ନିୟମ ପ୍ରକାରେ ଧାନ ଉଠାଯିବ କହିଥିଲେ ଏହି ଉଦଘାଟନ ଉତ୍ସବ ରେ ଡି ଆର ସି ସି ଯୋଗମାୟା ସାବତ, ଯୋଗାଣ ନିରୀକ୍ଷିକ ବର୍ଷା ପାଢ଼ୀ, ବି ଡି ଓ ସମ୍ବିତ ସଂଗ୍ରାମଜୀତ ସାହୁ, ସାଂସଦ ପ୍ରତିନିଧି ସନ୍ତୋଷ ରେଡ୍ଡୀ, ଲକ୍ଷ୍ମୀ ପୁର ସରପଞ୍ଚ ଝିଲି ନାହାକ, ଶ୍ରମିକ ନେତା N ଦୁର୍ଯ୍ୟୋଧନ ରେଡ୍ଡୀ, ଯୁବ ନେତା ବନଜ ନାହାକ, ବି ସି ସି ବ୍ୟାଙ୍କ ସଭ୍ୟ ଓ ପୂର୍ବତନ ସରପଞ୍ଚ ଦୁର୍ଯୋଧନ ପରିଡା, ମନୋଜ ରେଡ୍ଡୀ ଓ ପଂଚାୟତ ର ବହୁ ଜନ ସାଧାରଣ ଉପସ୍ଥିତ ଥିଲେ
