April 19, 2025

ଏସଭିଏମ କଲେଜରେ ପିଜି ସିଟ ଖୋଲାଯିବାର ସ୍ୱୀକୃତି ମିଳିବାପରେ ବଢ଼ି ଯାଇଛି ବିଧ୍ୟାର୍ଥୀଙ୍କ ଉତ୍ସାହ

Share

ଏସଭିଏମ କଲେଜରେ ପିଜି ସିଟ ଖୋଲାଯିବାର ସ୍ୱୀକୃତି ମିଳିବାପରେ ବଢ଼ି ଯାଇଛି ବିଧ୍ୟାର୍ଥୀଙ୍କ ଉତ୍ସାହ !

++++++++++++++++++++

ଜଗତସିଂହପୁର :- ବହୁ ପ୍ରଚେଷ୍ଟା ଫଳରେ ଶିକ୍ଷାର ବିକାଶ କ୍ଷେତ୍ରରେ ପ୍ରଥମ କରି ବଡ ସଫଳତା ସାଉଁଟିଛି ଏସଭିଏମ ମହାବିଦ୍ୟାଳୟ ଜଗତସିଂହପୁର ! ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରଶିକ୍ଷାସୁରକ୍ଷା ଓ ରୋଜଗାର ନୀତିକୁ ନେଇ ଆକ୍ରୋଶ ସମାବେଶ ଏବଂ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ଏସଭିଏମ କଲେଜ କୁ ଆଣି ଦେଇଛି ସଫଳତା ! ଖବର ଅନୁସାରେ ଜଗତସିଂହପୁର ଜିଲ୍ଲାର ଏସଭିଏମ ସ୍ୱୟଂ ଶାସିତ କଲେଜରେ ଦଶଟି ବିଭାଗରେ ପିଜି ଶ୍ରେଣୀ ଖୋଲିବା ସହିତ ଯୁକ୍ତ+3 ରେ 256 ସିଟ ରୁ 352 ସିଟକୁ ବୃଦ୍ଧି କରାଯାଇଛି ! ସମାଜ ବିଜ୍ଞାନ, ମନସ୍ତତ୍ଵ ବିଜ୍ଞାନ ଓ ଭୁଗାଳରେ ସମ୍ମାନ ଶ୍ରେଣୀ ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ବିଶ୍ୱପଦ ସେଠୀ ! ପ୍ରକାଶ ଥାଉ କି,ଏହି ଶିକ୍ଷାନୁଷ୍ଠାନ କିପରିଭାବେ ଶିକ୍ଷାକ୍ଷେତ୍ରରେ ଅଗ୍ରଣୀ ହୋଇପାରିବ, ଶିକ୍ଷାର ବିକାଶ ସହିତ ରୋଜଗାର ନୀତି ନିର୍ଧାରଣ ହୋଇପାରିବ, ସେଥିପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୀର୍ଘଦିନରୁ ପ୍ରୟାସ ଜାରି ରଖିଥିଲା !!ଉକ୍ତ ଆକ୍ରୋଶ ସମାବେଶରେ ଏବିଭିପି ତାର ପ୍ରଥମ ଦାବୀ ରଖିଥିଲା କି ଏସଭିଏମ ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ପିଜି ସିଟ ଖୋଲାଯାଉ !ସେଥିପାଇଁ ଦୁଇଶହ ଛାତ୍ରଛାତ୍ରୀ ମାନଙ୍କର ଦସ୍ତଖତ କରାଯାଇ ଅଧ୍ୟକ୍ଷଙ୍କୁ ଦିଆଯାଇଥିଲା ! ଯାହାର ଫଳ ସ୍ୱରୂପ ରାଜ୍ୟସରକାର ଏସଭିଏମ ସ୍ୱୟଂଶାସିତ ମହାବିଦ୍ୟାଳୟରେ ପିଜି ସିଟ ଖୋଲା ଯିବାକୁ ନିଷ୍ପତ୍ତି ଶୁଣାଇଛନ୍ତି ! ସେଥିପାଇଁ ଜିଲ୍ଲାର ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇବାର ଦେଖିବାକୁ ମିଳିଛି ବୋଲି କହିଛନ୍ତି କଲେଜ ର ପିନ୍ସପାଲ ବିଜୟ ପାତ୍ର !ଏହି ଅବସରରେ ଏକ ପ୍ରେସମିଟ ଜରିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ପ୍ରଶାନ୍ତ ମୁଦୁଲି ଯୋଗଦେଇ କଲେଜ ର ସମ୍ପ୍ରସାରଣ କରାଇବାକୁ ଆବଶ୍ୟକ ଗୃହ, ବିଜ୍ଞାନଗାର, ଲାଇବ୍ରେରୀ, ଆଦିର ଆଧୁନିକି କରଣ ଉପରେ ମତ ରଖିଥିଲେ ! ,ସଭା ପରିଚାଳନା କରିଥିଲେ ଜ୍ୟୋତିରଞ୍ଜନ ସାମଲ, ଓପ୍ରଶାନ୍ତ କୁମାର ବେହେରା, ଧନ୍ୟବାଦ ଅର୍ପଣ କରିଥିଲେ ବିଜୟ ବିଶ୍ୱାଳ ! ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !

You may have missed