ଲୋହିଆ ଏକାଡେମୀରେ ଏନଏନଇଏ ର ସାମ୍ବାଦିକ କର୍ମଶାଳା
– -ଜାତୀୟ ସମ୍ବାଦପତ୍ର ସମ୍ପାଦକ ସଂଘ ପକ୍ଷରୁ ଲୋହିଆ ଏକାଡେମୀରେ ରାଜ୍ୟସ୍ତରୀୟ ସାମ୍ବାଦିକ କର୍ମଶାଳା ଅନୁଷ୍ଠିତ ହୋଇଛି। ଆଇଏମସି ପ୍ରଫେସର ମୃଣାଳ ଚାଟାର୍ଜୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ କର୍ମଶାଳାରେ ଭାଗନେଇଥିବା ସାମ୍ବାଦିକମାନଙ୍କୁ ସାମ୍ବାଦିକତା ଉପରେ ତାଲିମ ପ୍ରଦାନ କରିଥିଲେ। ସାପ୍ତାହିକ ନବୀନର ସଂପାଦକ ଶ୍ରୀ ରବି ରଥ, ବରିଷ୍ଠ ସାମ୍ବାଦିକ ରବି ଦାସ, ଅନୁଷ୍ଠାନର ସଭାପତି ସୈ।ମ୍ୟକାନ୍ତ ସାମନ୍ତରାୟ,ସଂପାଦକ ପ୍ରସନ୍ନ ଦାଶ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ନୃସିଂହ ଚରଣ ବାରିକ,ଶରତ ଦାସ,ମଳୟ ପାଣି,ରଞ୍ଜିତ ମଲ୍ଲିକ, ବିଶିଷ୍ଟ ସମାଜସେବୀ ପ୍ରହଲ୍ଲାଦ ବେହେରା, ରବୀନ୍ଦ୍ରନାଥ ସେଠୀ, ବସନ୍ତ କୁମାର ପେଦେଣ୍ଟି , କବି ପ୍ରତିଭାରାଣୀ ରାୟଙ୍କୁ ସମ୍ମାନିତ କରାଯାଇଥିଲା। କୁନି କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ଜାତୀୟ ସଂବାଦ ପତ୍ର ସଂପାଦକ ସଂଘ ଦ୍ୱାରା ଆୟୋଜିତ ଏହି ଦିନିକିଆ ତାଲିମ କର୍ମଶାଳା ଖୁବ ଉଚ୍ଚ କୋଟୀର ଶିକ୍ଷଣୀୟ ଥିଲା ବୋଲି ଉପସ୍ଥିତ ସାମ୍ବାଦିକ ମତବ୍ୟକ୍ତ କରିଛନ୍ତି। ଜଗତସିଂହପୁରରୁ ଶରତ ଦାସଙ୍କ ରିପୋର୍ଟ ଉପାନ୍ତ ଖବର ନ୍ୟୁଜ
