ଆଂକୁଳା ଗ୍ରାମରେ ମା ଠାକୁରାଣୀ ଫୁଟବଲ ପ୍ରତିଯୋଗିତାର ଉଦଯାପନି ଦିବସ ଅନୁଷ୍ଠିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକ ଗିର୍ଲା ପଞ୍ଚୟତ ଆଙ୍କଲା ଗ୍ରାମର ମା ଠାକୁରାଣୀ ଫୁଟବଲ ଟୁର୍ନାମେଣ୍ଟ ରବିବାର ଦିନ ଉଦଯାପନ ଦିବସରେ ଗିର୍ଲା ଏଫ ସି, ଏବଂ ଜୟପୁର ମକାପୁଟ ଏଫ ସି ମଧ୍ୟରେ ଅନୁଷ୍ଠିତ ହେଇଥିଲା l ଏଥିରେ ମୁଖ୍ୟ ଅଥିତି ରୂପେ ବିଧ୍ୟୟକ ରୂପୁ ଭୋତରା ଯୋଗଦେଇଥିବା ବେଳେ ସମ୍ମାନୀୟ ଅଥିତି ରୂପେ ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ, ପଦ୍ମିନୀ ଦିଆନ ଜ଼ିଲ୍ଲା ପରିଷଦ ସୋଭ୍ୟା ଗୀତା ମାଝୀ, ତ୍ରିପତି ଚାଲାଣ, ବ୍ଲକ ଉପାଧକ୍ଷ ତୋପନ ପାଣିଗ୍ରାହୀ, କଂଗ୍ରେସ ଦଳ ର ଯୁବ ନେତା କୁରୁମ୍ ନାଥ ମଝି ,ଅନାମୁ ଦିଆନ ବ୍ଲକ ଅଧକ୍ଷା କୋମଳା ଭତରା ଗିର୍ଲା ସରପଞ୍ଚ ଯୋଗମୋହନ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଉକ୍ତ ଟୁର୍ନାମେଣ୍ଟ ଗତ 11 ତାରିଖ ରୁ ଆରିମ୍ଭ ହେଇଥିବା ବେଳେ ସର୍ବମଟ 16 ଗୋଟି ଦଳ ଅଂଶଗ୍ରହଣ କରିଥିଲେ ଫାଇନାଲ ମେଚ ରେ ମୁଖ୍ୟ ରିଫେରୀ ରୂପେ ଯୋଗା ମାଝୀ, ତାରିଣୀ ମଣ୍ଡଳ, ସୁକାନ୍ତ ମଣ୍ଡଳ ଖେଳ ପରିଚାଳନା କରିଥିଲେ l ଧାରା ବିବରଣୀ ହେମନ୍ତ ପାତ୍ର, ଜଗନାଥ ବିଶୋଇ ଦେଇଥିବା ବେଳେ ଖେଳ ଆରମ୍ଭ ପ୍ରଥମଆର୍ଦ୍ଧ ସୁଦ୍ଧା କେହି କାହାକୁ ଗୋଲ କରିପାରିନଥିବା ବେଳେ ଦୁତୀୟା ଆର୍ଦ୍ଧ ରେ ଉଭୟ ଦଳ 1–1 ଗୋଲ କରିଥିଲେ l ନିର୍ଦ୍ଧାରିତ ସମୟ ସମାପ୍ତ ହେବାରୁ ପେନଲଟି କିକରେ ଗିର୍ଲା ଦଳ 5 –4 ଗୋଲ ରେ ଜୟପୁର ମକାପୁଟ ଦଳକୁ ପରାସ୍ତ କରିବିଜୟ ହେଇଥିଲା l ଉପସ୍ଥିତ ଅଥିତି ମାନଙ୍କ ଦ୍ୱାରା ବିଜେତା ଦଳକୁ ଟ୍ରଫି ସହ 25,000/-ହଜାର ଉପବିଜେତା ଦୋଳକୁ ଟ୍ରଫି ସହ 20,000/- ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା l ଟୁର୍ନାମେଣ୍ଟ ଆୟଜକ କମିଟି ଶୋଭାପତି ତୋପନ ପାଣିଗ୍ରାହୀ, ଉପ ଶୋଭାପତି ଆନନ୍ତ ରାମ ପୂଜାରୀ, ସମ୍ପାଦକ ବିପିନ ଚାଲାଣ, ସହ ସମ୍ପାଦକ ସରତ ମାଝୀ ଏବଂ କମିଟିର ସମସ୍ତ ସୋଭ୍ୟ ସହଯୋଗ କରିଥିବା ବେଳେ ଫାଇନାଲ ମେଚ ଦେଖିବାକୁ ଆଖପାଖ ଗ୍ରାମାଞ୍ଚଳ ର ହଜାର ହଜାରଦର୍ଶକ କ୍ରୀଡ଼ାପ୍ରେମୀ ଉପସ୍ଥିତ ରହିଥିବାର ଦେଖିବାକୁ ମିଳିଥିଲା lନୈତିକ ଗୁଜୁରାଲ. ଆଶିଷ ସ୍ୱାଇଁ. ଜଟିଆ ଜେନା. କ୍ରୀଡା ପରିଚଲିନା କରିଥିବା ଜଣାଯାଇଛି.କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
