April 29, 2026

ଉମରକୋଟ ରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ପାଳିତ…..

IMG-20251226-WA0081
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ବିଜୁ ପଟ୍ଟନାୟକ ପାର୍କ ଠାରେ ବିଜୁ ଜନତା ଦଳର ୨୯ ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି | ଉମରକୋଟ ନଗର ବିଜେଡି ସଭାପତି ଚନ୍ଦନ ବେହେରା ଙ୍କ ଅଧ୍ୟକ୍ଷତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଦେଇ ପ୍ରଦୀପ ପ୍ରଜ୍ଵଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା | ଏଥିରେ ପୂର୍ବତନ ସାଂସଦ ରମେଶ ମାଝୀ,ବରିଷ୍ଠ ବିଜେଡି ନେତା ଦେବିସିଂ ମାଝୀ , ବିଧାୟକ ପାର୍ଥି ନବିନା ନାୟକ,ବ୍ଲକ ଅଧ୍ୟକ୍ଷା ସୁଶୀଳା ମାଝୀ,ପୌର ଅଧ୍ୟକ୍ଷା ରାଧା ଭତ୍ରା,ବରିଷ୍ଠ ବିଜେଡି ନେତା କାଳୁ ପଣ୍ଡା,ସଲିମ ରାଠୋର,ଗିରି ପତି,କୈଳାଶ ନାୟକ, ଭିକି ନାୟକ, ନିଲମ ହରିଜନ, ବିକ୍ରମ ସରକାର ଏବଂ ବହୁ ସଂଖ୍ୟାରେ ବିଜେଡି କର୍ମୀ ମାନେ ଯୋଗ ଦେଇଥିଲେ |

You may have missed