April 27, 2026

ଗଜପତିରେ ବିଜୁ ଜନତା ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ପାଳିତ      

IMG-20251226-WA0028
Share

 

ପାରଳାଖେମୁଣ୍ଡି:୨୬/୧୨(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ୨୯ ତମ ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଛି । ଜିଲ୍ଲାର ଶତାଧିକ କର୍ମୀ, ବହୁ ନେତା ଓ ଜନପ୍ରତିନିଧି ଏକତ୍ରିତ ହୋଇ କଲେଜ ଛକ ସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ବରେ ନେତା ଓ କର୍ମୀଙ୍କର ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲା। କାର୍ଯ୍ୟକ୍ରମରେ ଦଳର ନେତା ଓ କର୍ମୀମାନଙ୍କୁ ନବୀନ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରାମର୍ଶ ଦେବା ସହ ବିଜେଡି ଗଠନର ପୃଷ୍ଠଭୂମି ବିଷୟରେ ବର୍ଣ୍ଣନା କରିବା ସହ ଆଗାମୀ ଦିନରେ ପୁଣି ଥରେ ବିଜୁଜନତା ଦଳ ସରକାରକୁ ଫେରିବା ସହିତ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ନିଶ୍ଚିତ ବୋଲି ପାରଳା ବିଧାୟକ ରୂପେଶ କୁମାର ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ. ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ପାରଳାଖେମୁଣ୍ଡି ପୈାର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ ବିର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ଏସ ବାଲାରାଜୁ ଓ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାୟାମ୍ମା, ଯୁବ ବିଜେଡି ସଭାପତି ଏସ ଲିଙ୍ଗରାଜ, ପ୍ରମୁଖ ଯୋଗଦେଇ ଉପସ୍ଥିତ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିଥିଲେ।