କ୍ରୀଡା ଉତ୍ସବ ଉଦ୍ଯାପିତ

ବେଗୁନିଆ ବ୍ଲକ(ଉପାନ୍ତ ଖବର ମାନସ ରଞ୍ଜନ କର) ୧୯-୧୨-୨୦୨୫ ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚବିଦ୍ୟାଳୟ ବେଗୁନିଆ ର୨୦୨୫-୨୦୨୬ ଶିକ୍ଷାବର୍ଷର ବାର୍ଷିକ କ୍ରୀଡା ଦିବସ ଶୁକ୍ରବାର ଦିନ ଉଦ୍ଯାପିତ ହୋଇଯାଇଛି ପ୍ରଧାନଶିକ୍ଷକ ପ୍ରମୋଦ କୁମାର ସ୍ଵାଇଁଙ୍କ ପୌରୋହିତ ଏବଂ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦ୍ଯାପନିସଭାରେ ଭୂବନେଶ୍ଵରସ୍ଥିତ ଗାଇତ୍ରୀ ବିଜ୍ଞାନ ମହାବିଦ୍ୟାଳମ୍ବର କ୍ରୀଡା ଶିକ୍ଷକ ପ୍ରତାପ କୁମାର ରଥ ମୁଖ୍ୟଅତିଥି, ସାଧନ କେନ୍ଦ୍ର ସଂଯୋଜକ ସରୋଜ କୁମାର ବେହେରା ମୁଖ୍ୟବକ୍ତା, ପ୍ରାକ୍ତନ କ୍ରୀଡା ଶିକ୍ଷକ ପ୍ରଭାତ କୁମାର ମହାରଣା, ବିଦ୍ୟାଳୟ ପରିଚାଳନାର ଅଧ୍ଯକ୍ଷା ପୁଷ୍ପଲତା ଜୟ ସିଂହ, ପଞ୍ଚସଖା ଶିକ୍ଷାସେତୁ ସଂଗଠନର ଅଧ୍ଯକ୍ଷମାୟାଧର ମାର୍ଥା ଉପାଧ୍ଯକ୍ଷ ଭବାନୀ ଶଙ୍କର ଜୟସିଂହ, ପଞ୍ଚାୟତ ସମିତି ସିରାସି ସୂର୍ଯ୍ୟ ନାରାୟଣ ପଣ୍ଡା, ସାମ୍ବାଦିକ ମାନସ ରଞ୍ଜନ କର ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ସୌମ୍ୟ ରଞ୍ଜନ ସାହୁ ସ୍ଵାଗତ ଭାଷଣ ଓ ସ୍ମୃତି ସ୍ମିତା ବେହେରା ପରିଚୟ ପ୍ରଦାନ କରିଥିବାବେଳେ ଶୁଭଲକ୍ଷ୍ମୀ ସାହୁ ଅନ୍ୟବାଦ ଅର୍ପଣ କରିଥିଲେ କ୍ରୀଡା ଶିକ୍ଷକ ପ୍ରଭାତ କୁମାର ନିଶକ ଙ୍କ ତତ୍ୱାବଧାନରେ ଏବଂ ମୋହିନିକାନ୍ତି ଦାସ, ଆଶା ମୁର୍ମୁ, ସୁନିତା ପୃଷ୍ଟି, ବିଜୟଲକ୍ଷ୍ମୀ ସାମନ୍ତରାୟ, ରିଶାରଶ୍ମି ପାରକରାୟ, ସମ୍ମିତା ସାହୁ ଓ ଲକ୍ଷ୍ମୀପ୍ରୀୟା ତ୍ରିପାଠୀ ବିଚାରକ ରୂପେ ୨ଦିନ ଧରି କରି କ୍ରୀଡା ପ୍ରତିଯୋଗିତାରେ ଚୟନ କରିଥିବା କୃତିତ୍ଵ ହାସଲକାରୀ ବିଦ୍ୟାର୍ଥୀଙ୍କୁ ଟ୍ରଫି ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା କନିଷ୍ଠ ଓ ବରିଷ୍ଠବାଳକ ବିଭାଗରେ ଯଥାକ୍ରମେ ଏସକେଜୁନେଦ ରହମାନ ଓ ରାକେସ ପ୍ରଧାନ ବାଳିକା ବିଭାଗରେ ଶୁଭଶ୍ରୀ ସାହୁ ଓ ସୁପ୍ରୀୟା ନାୟକ ଚ଼ମ୍ପିଆନସିପ ପ୍ରାପ୍ତ ହୋଇଥିଲେ ବିରଞ୍ଚିନାରାୟଣ ସାହୁ ଓ ବିଶ୍ଵରଞ୍ଜନ ପରିଡାସହ ଯୋଗ କରିଥିଲେ
