ଗଜପତି:- ରାୟଗଡ ବ୍ଲକର ଗୁରାସାହି ଗ୍ରାମରେ ସି:ସି:ଡ଼ି: ପକ୍ଷରୁ ବ୍ରଏଲର କୁକୁଡ଼ା ଫାର୍ମ ଉଦଘାଟିତ ..

IMG-20251220-WA0009
Share

ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଜିରାଙ୍ଗ ପଞ୍ଚାୟତ’ର ଗୁରାସାହି ଗ୍ରାମରେ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସି:ସି:ଡି: ସଂଗଠନ ପକ୍ଷରୁ ଏକ ବୋଇଲର କୁକୁଡ଼ା ଫାର୍ମ’ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସି:ସି:ଡି: ସଂସ୍ଥା’ର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଏ: ଜଗନ୍ନାଥ ରାଜୁ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରିସ୍ପା ଭୁୟାଁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ।

ଲାଭାନ୍ୱିତ ହୋଇଥିବା ଶ୍ରୀ ବଳରାମ ଶବର ୨,୦୦୦ କ୍ଷମତା ଥିବା ଏକ କୁକୁଡ଼ା ଫାର୍ମ ସ୍ଥାପନ କରିଛନ୍ତି। ପ୍ରକଳ୍ପର ସମୁଦାୟ ବ୍ୟୟ ₹୭,୨୦,୦୦୦ ଥିବା ବେଳେ , ଓଡ଼ିଶା ସରକାର’ଙ୍କ ପଶୁପାଳନ ବିଭାଗର ଗୋ-ସୁଗମ ଯୋଜନା ଅଧୀନରେ ₹୪,୩୨,୦୦୦ ଟଙ୍କା ସବସିଡି ସହ ୬୦୦ଟି (ଏକ-ଦିନିଆ) କୁକୁଡ଼ା ଛୁଆ ପ୍ରଦାନ କରା ଯାଇଥିଲା ।

ଏଫ:ଏଫ:ଭି:ଡି:ପି: କାର୍ଯ୍ୟକ୍ରମ ଅନ୍ତର୍ଗତ ସି:ସି:ଡି: ପକ୍ଷରୁ ଲାଭାନ୍ୱିତ’ଙ୍କୁ ୧୦୦ଟି (୨୮ ଦିନର) ବ୍ରଏଲର କୁକୁଡ଼ା ସହଯୋଗ ରୂପେ ଦିଆଯାଇଛି।

ଏହି ପଦକ୍ଷେପ ଦ୍ୱାରା ଗ୍ରାମ ସ୍ତରରେ ଆୟ ସୃଷ୍ଟି ଓ ସସ୍ଥାୟୀ ଜୀବିକା ସୁନିଶ୍ଚିତ ହେବ ବୋଲି ଆଶା କରାଯାଉଛି।

ଲାଭାନ୍ୱିତ ବ୍ୟକ୍ତି ରାଜ୍ୟ ସରକାର , ପଶୁ ପାଳନ ବିଭାଗ ଓ ସିସିଡି: ଅନୁଷ୍ଠାନ କୁ ଧନ୍ୟବାଦ ଜଣାଇଛନ୍ତି।

———————————————

ଗଣେଶ କୁମାର ରାଜୁ

ପାରଳାଖେମୁଣ୍ଡି (ଗଜପତି)

———————————————-

You may have missed