ଡିଙ୍ଗର ରେ ବିଦ୍ୟାଳୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ବେଗୁନିଆ

IMG-20251220-WA0008
Share

         ଡିଙ୍ଗର ରେ ବିଦ୍ୟାଳୟସ୍ତରୀୟ କ୍ରୀଡା ପ୍ରତିଯୋଗିତା ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର) ତା18.12.2025 ଓ 19.12.25 ରେ ଦୁଇ ଦିନ ଧରି ସରକାରୀ ଉଚ୍ଚ ବିଦ୍ୟାଳୟ ଡିଙ୍ଗର ରେ ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ମହାଆଡମ୍ବରରେ ପାଳିତ ହୋଇଥିଲା। ପ୍ରଥମେ ଡିଙ୍ଗର ଆରାଧ୍ୟ ଦେବୀ ମା କାଲିକା ଠାକୁରାଣୀ ଙ୍କ ଠାରୁ ମଶାଲ ଆଣି ଗ୍ରାମ୍ୟ ପରିକ୍ରମା କରାଯାଇ ଆନୁଷ୍ଠାନିକ ଭାବେ କ୍ରୀଡା ପତାକା ଉତୋଳନ କରାଯାଇ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଉଦଘାଟନ ଦିବସରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଚେୟରମ୍ୟାନ ଶ୍ରୀଯୁକ୍ତ ମନ୍ମଥ କୁମାର ରଥ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ମିର୍ ରହେମତଅଲ୍ଲି, ଡିଙ୍ଗର କ୍ଲଷ୍ଟର ସଂଯୋଜିକ ଶ୍ରୀମତୀ ରୀନାଞ୍ଜଳି ସାହୁ ଓ ସଭା କର୍ଯ୍ୟଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିବାକର ସାହୁଙ୍କ ଅଧ୍ୟକ୍ଷତା ରେ ସମ୍ପାଦିତ ହୋଇଥିଲା। କ୍ରୀଡା ସମ୍ବନ୍ଧୀୟ ପ୍ରତିଯୋଗିତା ଗୁଡ଼ିକ ଯଥା – ବରିଷ୍ଠ ବିଭାଗ ଯଥା -100 ମିଟର ଦୌଡ,200 ମିଟର, 400ମିଟର,, 800ମିଟର, ଡିସ୍କସ୍ ଥ୍ରୋ, ଶଟ୍ ପୁଟ୍ ଥ୍ରୋ ଉଚ୍ଚ ଡିଆଁ, ଲମ୍ବଡିଆଁ, କନିଷ୍ଠ ବିଭାଗ ରେ ଯଥା – 100ମିଟର, 200ମିଟର, 400ମିଟର ସଟପୁଟ, ଡିସ୍କସ ଥ୍ରୋ ଉଚ୍ଚଡ଼ିଆଁ, ଲମ୍ବ ଡିଆଁ, ପ୍ରତିଯୋଗିତା ଗୁଡ଼ିକ ଦୁଇ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦାସ ଓ କାଳୀଚରଣ ଲେଙ୍କା ସାର୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ସହିଯୋଗରେ ଆୟୋଜନ ହୋଇଥିଲା । କ୍ରୀଡ଼ା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ବରିଷ୍ଠ ବିଭାଗ ରେ ଓମ୍ ପ୍ରକାଶ ମହାରଣା ଚାମ୍ପିଅନ ଓ କନିଷ୍ଠ ବିଭାଗରେ ତାପସ ମହାରଣା ଚାମ୍ପିଅନ ହୋଇଥିଲେ ଓ ବାର୍ଷିକ ଉତ୍ସବରେ ଅତିଥି ମାନଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହେଲେ ଦ୍ଵିତୀୟ ଦିବସରେ ଉଦଯାପନୀ ମହାସମାରୋହରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିବାକର ସାହୁଙ୍କ ପୌରହିତ୍ୟରେ ଶେଷ ହୋଇଥିଲା। ଶେଷରେ କ୍ରୀଡା ପତାକା ଅବତରଣ କରାଯାଇ ପ୍ରଧାନ ଶିକ୍ଷକ ମହୋଦୟ ଆସନ୍ତା ବର୍ଷ ପାଈଁ କ୍ରୀଡ଼ା ପତାକାଟିକୁ କ୍ରୀଡା ଶିକ୍ଷକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଦାସ ଙ୍କୁ ଅର୍ପଣ କରିଥିଲେ ଓ ଆସନ୍ତା ବର୍ଷ ପାଇଁ ସମ୍ମାନର ସହ ରଖିବା ପାଈଁ ପରାମର୍ଶ ଦେଇଥିଲେ। ଓ ସଭା ଶେଷରେ ଶିକ୍ଷକ ଶ୍ରୀଯୁକ୍ତ ମନୋଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed