କୋଲନରା ଲ୍ୟାମ୍ପସ ର ଲେକପାଇ ରେ ଧାନ ମଣ୍ଡି ଉଦଘାଟିତ
କୋଲନରା:(ସଞ୍ଜୀବ କଣ୍ଡାଗରୀ) ରାୟଗଡା ଜିଲ୍ଲା କୋଲନର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲେକାପାଇ ଗାଁ ନିକଟରେ ଥିବା ଆର ଏମ ସି ଗୋଦାମ ଠାରେ ଆଜି କୋଲନରା ଲ୍ୟାମ୍ପସ ପକ୍ଷରୁ ଧାନ ମଣ୍ଡି ଉଦଘାଟିତ ହୋଇ ଯାଇଅଛି। ଏହି କାର୍ଯ୍ୟକ୍ରମ ରେ କେ ସି ସି ବ୍ୟାଙ୍କ ନିର୍ଦେଶକ ବି ତିରୁପତି ରାଓ, ଲ୍ୟାମ୍ପ ସଭାପତି ସୁକୁରୁ ପୀର୍ବାକା, ଏମ ଆଇ ଦେବବ୍ରତ ଲେଙ୍କା, ଲ୍ୟାମ୍ପ ଏମ ଡ଼ି ସୌଦାମିନୀ ଆଚାର୍ଯ୍ୟ, ଆର ଏମ ସି ତରଫରୁ ଇନିସ୍ପେକ୍ଟର କୃଷ୍ଣ ଚନ୍ଦ୍ର ମିଶ୍ର, ଦେବି ପ୍ରସାଦ ମିଶ୍ର ଓ ଲ୍ୟାମ୍ପର ୧୫ ଜଣ ନିର୍ଦ୍ଧେଶକ ଯୋଗ ଦେଇ ଜଗତର ନାଥ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପୂଜା ଅର୍ଚନା କରି ମଣ୍ଡି ଉଦଘାଟନ କରିଥିଲେ। ଏହି ସମୟରେ ଲ୍ୟାମ୍ପ ର ଅନ୍ୟ କର୍ମଚାରୀ ଓ ଚାଷୀମାନେ ଉପସ୍ଥିତ ଥିଲେ।
