March 8, 2026

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୃଜନ-୨୦୨୫

IMG-20251217-WA0051
Share

 

 

ବେଲଗୁଣ୍ଠା, ୧୭/୧୨,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବମ ବାର୍ଷିକ ଉତ୍ସବ ସୃଜନ-୨୦୨୫ ଅନୁଷ୍ଠାନ ଅଧ୍ୟକ୍ଷ ମାନସରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଉତ୍ସବର ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରି ଲୋପାମୁଦ୍ରା ରଥ ଯୋଗ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ,ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ, ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ଗିରିଧାରୀ ନାୟକ,ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ପୂର୍ବତନ ସରପଞ୍ଚ ମହନ୍ତ ରାମକୃଷ୍ଣ ଦାଶ, ନେଟଙ୍ଗା ସିଆରସିସି ସୁଧୀର କାନ୍ତ ତ୍ରିପାଠି, ଅବସରପ୍ରାପ୍ତ ଶିକ୍ଷକ ସନାତନ ନାୟକ, ବଡପଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡ. ଦୂର୍ଗା ପ୍ରସାଦ ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପିତା ମାତା ଏବଂ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଏହି ଅବସରରେ ବିଭିନ୍ନ ବିଭାଗରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା ପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ I ଏହା ସହିତ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି, ଅଭିଭାବକ ଏବଂ ଅନ୍ୟାନ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା I ଶିକ୍ଷୟିତ୍ରୀ ସ୍ଵର୍ଣ୍ଣଲତା ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ସନ୍ତୋଷ ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ I ଶିକ୍ଷକ ପ୍ରଣୀତ, ଅମରେନ୍ଦ୍ର, ରଜତ୍, ସୌରଭ,ପ୍ରଶାନ୍ତ,ଶଙ୍କର, ସୁଶାନ୍ତ,ଆକାଶ,ଶିକ୍ଷୟିତ୍ରୀ ପ୍ରାଚୀପ୍ରଭା,ହରିପ୍ରିୟା, ରୋଜାଲିନ୍, ଲିପିକା, ସ୍ଵର୍ଣ୍ଣପ୍ରଭା,ଦେବସ୍ମିତା, ପ୍ରଜ୍ଞାସ୍ମିତା, ପଦ୍ମିନୀଙ୍କ ସମେତ କର୍ମଚାରୀ ରାମ,ଲକ୍ଷ୍ମଣ,ସୁନିତା, ପିଙ୍କି, ଗୋଲାପ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ