March 8, 2026
ajiro khabar
Share

 

୧-ଓଡ଼ିଶା HSC ପରୀକ୍ଷା 2027: ରେଜିଷ୍ଟ୍ରେସନର ଶେଷ ତାରିଖ ଡିସେମ୍ବର ୩୦କୁ ବୃଦ୍ଧି କଲା ମାଧ୍ୟମିକ ଶିକ୍ଷା ବୋର୍ଡ।

 

୨-ଭୁବନେଶ୍ୱର:ଦେଶର ଫାର୍ମା ହବ୍ ହେବ ଓଡ଼ିଶା , ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ, ୬୨୬୩ କୋଟିରୁ ଅଧିକ ଟଙ୍କାର ହେବ ପୁଞ୍ଜି ନିବେଶ।

 

୩-ଦାବି ପୂରଣ ନହେଲେ ୨୦୨୬ ଜାନୁୟାରୀରୁ କାର୍ଯ୍ୟବନ୍ଦ ଆନ୍ଦୋଳନର ଚେତାବନୀ ଦେଲା ଓମସା।

 

୪-ପୁରୀ: ବଡ଼ ଦିନ ଓ ନୂଆ ବର୍ଷ ପାଇଁ ପ୍ରଶାସନର ପ୍ରସ୍ତୁତି, କେବଳ ସିଂହ ଦ୍ୱାର ଦେଇ ପ୍ରବେଶ, ଅନ୍ୟ ୩ ଦ୍ଵାରରେ ହେବ ପ୍ରସ୍ତାନ।

 

୫-ମାଲକାନଗିରି:ହିଂସା ଛାଡି ୩୪ ଜଣ ମାଓବାଦୀ କଲେ ଆତ୍ମସମର୍ପଣ, ମୁଣ୍ଡରେ ଥିଲା ୮୪ ଲକ୍ଷ ଟଙ୍କାର ପୁରସ୍କାର ରାଶି।

 

୬-ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ନବୀନ; କହିଲେ, ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ସରକାର ନାହାନ୍ତି ସଜାଗ।

 

୭-ଧଉଳି ଗଣଦୁଷ୍କର୍ମ ମାମଲାରେ ସରକାର ଉଚିତ ପଦକ୍ଷେପ ନେବେ, ମହିଳାଙ୍କୁ ତ୍ବରିତ ନ୍ୟାୟ ମିଳିବ :ଆଇନମନ୍ତ୍ରୀ।

 

୮-ଭୁବନେଶ୍ୱର:ଏଣିକି DL,RC ବାତିଲ କଲେ କାରଣ ଜଣାଇବ ଆର୍‌ଟିଓ।

 

୯-କୋଟିଏ ଟଙ୍କା ଠକେଇ କରି ଠକ ଦମ୍ପତି ଗିରଫ, ଠକି ନେଇଥିଲେ କୋଟିଏ ୬ ଲକ୍ଷ ଟଙ୍କା।ଚନ୍ଦ୍ରଶେଖର ସାହୁ ଓ ଝରଣା ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ ।

 

୧୦-IPL ଇତିହାସରେ ସବୁଠୁ ଦାମୀ ଖେଳାଳି ହେଲେ କ୍ୟାମେରୁନ ଗ୍ରୀନ, ୨୫.୨୦ କୋଟିରେ ହେଲେ ବିକ୍ରୀ ।

 

୧୧-ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କ ସମେତ ୫ ଅଭିଯୁକ୍ତଙ୍କ ଜାମିନ ଖାରଜ।

 

୧୨-IPL ନିଲାମ ତାଲିକାରେ ୨ ଓଡ଼ିଆ, ରାଜେଶ ମହାନ୍ତି ଓ ସ୍ୱସ୍ତିକ ସାମଲଙ୍କ ନାଁ ଯୋଡ଼ିଛି

 

୧୩-ଧର୍ମଶାଳା ଘଟଣାରେ ୪ ଜଣ ଗିରଫ ପରେ ଆନ୍ଦୋଳନରୁ ଓହରିଲା ବିଜେଡି।

 

୧୪-ସରକାରୀ ଅର୍ଥ ହଡ଼ପ ଘଟଣା, ପଟ୍ଟାମୁଣ୍ଡାଇ ବ୍ଲକ ଜେଇ ରତନେଶ କୁମାର ପାଣ୍ଡେ ଭିଜିଲାନ୍ସ ଦ୍ବାରା ଗିରଫ।

 

୧୫-ମେସିଙ୍କୁ ଭେଟିଲେ ବନ୍ଧା ପଡ଼ିଯିବ ଘରଦ୍ୱାର। ହାତ ମିଶାଇବାକୁ ଦରକାର ୧ କୋଟି ଟଙ୍କା। ହୋସ୍ ଉଡ଼ାଇଲା ମେସିଙ୍କ ରେଟ୍ ଚାର୍ଟ।

 

୧୬-ମୁମ୍ବାଇ:ଟଙ୍କା ପାତାଳ ମୁହାଁ, ଡଲାର @୯୧ ଟଙ୍କା ପାର୍, ମହଙ୍ଗା ହେବ ବିଦେଶ ଭ୍ରମଣ।

 

୧୭-ଲକ୍ଷ୍ନୌ:ଆଜି ଚତୁର୍ଥ ଟି-ଟ୍ବେଣ୍ଟି,୧୪ତମ ସିରିଜ ବିଜୟ ଲକ୍ଷ୍ଯରେ ଭାରତ।

 

୧୮-ବାୟୁ ପ୍ରଦୂଷଣରେ କଲବଲ ଦିଲ୍ଲୀ। କୁହୁଡ଼ି ସହିତ ପ୍ରଦୂଷଣରେ ଆକ୍ତାମାକ୍ତା ରାଜଧାନୀ। ଦିଶୁନି ସୂର୍ଯ୍ୟ, ଘନ କୁହୁଡ଼ିରେ ଆଚ୍ଛାଦିତ ସମଗ୍ର ଅଞ୍ଚଳ। ୫୦ ମିଟର ଆଗକୁ ଦେଖିବା ବି ସମ୍ଭବ ହେଉନି।

 

୧୯-ନୂଆ ଦିଲ୍ଲୀ:ଭାରତରେ ପହଁଚିବା ପରେ ଲୁଥ୍ରା ଭାତ୍ରାଙ୍କୁ ଗିରଫ କଲା ଗୋଆ ପୋଲିସ।

 

୨୦-ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ବଡ଼ ଧରଣର ଦୁର୍ଘଟଣା,ଘନ କୁହୁଡି ଯୋଗୁଁ ଏକାଧିକ ଗାଡ଼ି ପରସ୍ପରକୁ ଧକ୍କା ଦେବାରୁ ଗାଡ଼ିରେ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ଅନେକ ଗାଡ଼ି ପୋଡ଼ି ପାଉଁଶ,୧୩ ଜଣ ଜୀବନ୍ତ ଦଗ୍ଧ।