July 24, 2026

ଓ ୟୁ ଯେ ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ

IMG-20251215-WA0135
Share

 

ଛତ୍ରପୁର ୧୫/୧୨/୨୫(ଅରୁଣ କୁମାର ପଣ୍ଡା)ଓ ୟୁ ଯେ

ଗଞ୍ଜାମ ଜିଲ୍ଲା ସାମ୍ବାଦିକ ୟୁନିୟନର ସାଧାରଣ ପରିଷଦ ବୈଠକ ଛତ୍ରପୁର ନିକଟସ୍ଥ ମା ରାମଚଣ୍ଡୀ ପୀଠରେ ଜିଲ୍ଲା ସଭାପତି ସଦାଶିବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗଦେଇ ସାମ୍ବାଦିକମାନେ ସମାଜର ଜାଗୃତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ସାମ୍ବାଦିକମାନଙ୍କର ପେନସନ, ସୁରକ୍ଷା, ପ୍ରେଷ୍ଟେଜ୍, ଅଧିସ୍ୱୀକୃତି ଓ ବୀମା ଯୋଜନାରେ ମାତା–ପିତାଙ୍କୁ ଅନ୍ତର୍ଭୁକ୍ତ କରିବା ଭଳି ଦାବୀଗୁଡ଼ିକୁ ସେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଅବଗତ କରାଇବା ସହ ବିଧାନସଭାରେ ଉଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି କହିଥିଲେ ଯେ ପେନସନ, ସୁରକ୍ଷା, ପ୍ରେଷ୍ଟେଜ୍ ଓ ଅଧିସ୍ୱୀକୃତି ହେଉଛି ଓୟୁଜେର ମୂଳ ଦାବୀ। ପୂର୍ବତନ ସରକାର ଏହାକୁ ଗୁରୁତ୍ୱ ନଦେଇଥିବା ବେଳେ ବର୍ତ୍ତମାନ ସରକାର ଦାବୀ ପୂରଣର ପ୍ରତିଶ୍ରୁତି ଦେଇଥିଲେ। ସରକାର ଆସିବାର ୧୫ ମାସ ହେଲାଣି, କିନ୍ତୁ ଦାବୀ କାର୍ଯ୍ୟକାରୀ ହୋଇନଥିବାରୁ ଓୟୁଜେ ରାଜ୍ୟସ୍ତରୀୟ ଆନ୍ଦୋଳନକୁ ଓଲ୍ହାଇବ ବୋଲି ସେ ଚେତାବନୀ ଦେଇଥିଲେ। ସାମ୍ବାଦିକମାନେ ଜୀବନ ଓ ମୃତ୍ୟୁ ସମୟରେ କିପରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି, ସେଥିର ଉଦାହରଣ ମଧ୍ୟ ସେ ଉପସ୍ଥାପନ କରିଥିଲେ।ବିଜେପି କେନ୍ଦ୍ରୀୟ ମିଡିଆ ସେଲର ସଂଯୋଜିକା ସୁଜାତା ସାବତ ସାମ୍ବାଦିକମାନଙ୍କ ଦାବୀ ଯଥାର୍ଥ ଓ ନ୍ୟାୟସଂଗତ ବୋଲି କହିବା ସହ ସରକାର ନିଶ୍ଚିତ ଭାବେ ଏହା ପୂରଣ ପାଇଁ ପ୍ରୟାସ ନେବେ ବୋଲି ଆଶା ପ୍ରକାଶ କରିଥିଲେ।ଏହି ଅବସରରେ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ କିଷାନ ରାଉତ, ନୟାଗଡ ଜିଲ୍ଲା ସଭାପତି ଆଚାର୍ଯ୍ୟ ବିଶ୍ୱରଞ୍ଜନ, ସମାଜସେବୀ ସମାପ୍ତି ପଣ୍ଡା, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ ମିଶ୍ର ଜିଲ୍ଲା ୟୁନିୟନର ବାର୍ଷିକ ବିବରଣୀ ପାଠ କରିଥିଲେ। ପୂର୍ବତନ ଓୟୁଜେ ସଭାପତି ପ୍ରକାଶଚନ୍ଦ୍ର ପାଣିଗ୍ରାହୀ, ଉପଦେଷ୍ଟା ରବୀନ୍ଦ୍ର ପଣ୍ଡା ଓ ହରିହର ପାତ୍ର ସାମ୍ବାଦିକମାନଙ୍କ ସମସ୍ୟା ଓ ସମାଧାନ ଉପରେ ମତ ରଖିଥିଲେ।ସମ୍ପାଦକ ମେଘନାଦ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ରାଜଗୋପାଳ ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜାତୀୟ କାଉନ୍ସିଲ ସଦସ୍ୟ ବାଳକୃଷ୍ଣ ପଟ୍ଟନାୟକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ କୁମାର ମାହାଙ୍କୁଡ ମଞ୍ଚାସୀନ ଥିଲେ।ଏହି ଅବସରରେ ବିଭିନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ସହ ଜିଲ୍ଲା ଓ ରାଜ୍ୟର ଦିବଙ୍ଗତ ସାମ୍ବାଦିକମାନଙ୍କ ପାଇଁ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଦୂତୀ କୃଷ୍ଣ ପଣ୍ଡା ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଉପସଭାପତି ଏ. ରାଜା ରାଓ, ସାମ୍ବାଦିକ ବିସ୍ମୟ ପ୍ରଧାନ, ଅଜିତ ସ୍ୱାଇଁ, ରବି ନାୟକ, କେ. ସତ୍ୟନାରାୟଣ ରେଡି, ଅଶୋକ ରଥ, ମାଧବ ବେହେରା, ରାଜୀବ ଲୋଚନ ମିଶ୍ର, ସମୀର ଆଚାର୍ଯ୍ୟ, ଶକ୍ତିଧର ରାଜଗୁରୁ, ସୁଧୀର ନାହାକ ସହ ଜିଲ୍ଲାର ବହୁ ସଦସ୍ୟ ଉପସ୍ଥିତ ଥିଲେ।

You may have missed