April 25, 2026

ମୟୂରଭଞ୍ଜ ଜିଲ୍ଲା ମୋରଡା ବଣିକ ସଙ୍ଘ ଦ୍ୱାରା ମୋରଡା ବଜାରର ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼ ଆଜି ବସା ଯାଇଛି

IMG-20251215-WA0133
Share

ମୋରଡା,୧୫/୧୨(ବିଭୁତି ରାଉତ ଙ୍କ ରିପୋର୍ଟ)- ମୟୂରଭଞ୍ଜ ଜିଲ୍ଲା ମୋରଡା ବଣିକ ସଙ୍ଘ ଦ୍ୱାରା ମୋରଡା ବଜାରର ବିଭିନ୍ନ ସ୍ଥାନରେ ବ୍ୟାରିକେଡ଼ ଆଜି ବସା ଯାଇଛି। ସୂଚନା ଅନୁଯାୟୀ, ମୋରଡା ବଜାର ଏକ ଜନଗହଳି ପୂର୍ଣ୍ଣ ବଜାର ହୋଇଥିବା ବେଳେ ଏଠାରୁ ପଶ୍ଚିମବଙ୍ଗ, ରାଜଘାଟ, ଚିତ୍ରଡା-ବାରିପଦା, ବରକନ୍ଦକୁ ଚାରି ଛକ ରାସ୍ତା ଥିବାରୁ ଦୁର୍ଘଟଣାକୁ ଏଡାଇବା ତଥା ଟ୍ରାଫିକ ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ମୋରଡା ବଣିକ ସଙ୍ଘର ସଭାପତି ସୌରଭ ରଞ୍ଜନ ମହାନ୍ତି ଏବଂ ସମ୍ପାଦକ ସୁଧୀର କୁମାର ରାଜଙ୍କ ନେତୃତ୍ୱରେ ତଥା ବଣିକ ସଙ୍ଘର ସଦସ୍ୟଙ୍କ ସହଯୋଗ କ୍ରମେ ଆଜି ପୂର୍ବାହ୍ନରେ ବଜାରର ଚାରଟି ସ୍ଥାନରେ ଅ

ଆଠଟି ବ୍ୟାରିକେଡ଼ ବସା ଯାଇଛି।

You may have missed