July 24, 2026

ବିଦେଶୀ ଭକ୍ତଙ୍କୁ ଆକୃଷ୍ଟ କରିଛି ଗଜପତି ଜିଲ୍ଲା ମହେନ୍ଦ୍ରଗିରି ର ପ୍ରାକୃତିକ ସୌନ୍ଦର୍ଯ୍ୟ 

IMG-20251215-WA0124
Share

 

ପାରଳାଖେମୁଣ୍ଡି:୧୫/୧୨(ଗରୁଡ଼ ଧ୍ଵଜ ଚୌଧୁରୀ) ପୁରାଣ ପ୍ରସିଦ୍ଧ ଓଡିଶାର ହିମାଳୟ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତି ପୁରାତନ ମଠ ଓ ମନ୍ଦିର ଆଦି ବିଦେଶୀ ଭକ୍ତଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିବା ଲକ୍ଷ୍ୟ କରାଯାଇଛି। ଗତ ଶନିବାର ଓ ରବିବାର ବହୁ ସଂଖ୍ଯକ ବିଦେଶୀ ଭକ୍ତ ଗଜପତି ଜିଲ୍ଲାରେ ପହଞ୍ଚି ମହେନ୍ଦ୍ରଗିରି ପରିଭ୍ରମଣ କରିବା ପରେ ପାରଳା ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଓ ମଠ ମନ୍ଦିର ବର୍ତ୍ତମାନ ଦର୍ଶନ କରିବା ପାଇଁ ପ୍ରଥମ ପସନ୍ଦ ଆସୁଛି ବିଦେଶୀଙ୍କୁ । ଆମ ରାଜ୍ୟର କଳା, ସଂସ୍କୃତି ଓ ପର୍ଯ୍ୟଟନସ୍ଥଳ ମନ୍ଦିର ଦେବାଦେବୀ ଙ୍କ ପିଠବୁଲି ଦେଖିବାକୁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ବିଦେଶୀ ଏବେ ସରକାରଙ୍କ ଉଦ୍ୟମରେ ଦେଶ ବାହାରେ ବି ଆଦୃତ ହେଉଛି ପର୍ଯ୍ୟଟନ ଶିଳ୍ପ ଚିତ୍ର କଳା ଲୋକ ସଂସ୍କୃତି ସହ ଜଗନ୍ନାଥ ସଂସ୍କୃତି ର ପ୍ରଚାର ପ୍ରସାର । ଓଡ଼ିଶାର ପ୍ରାକୃତିକ ପରିବେଶ ଜଗନ୍ନାଥ ସଂସ୍କୃତି ବିଦେଶୀ ପର୍ଯ୍ୟଟକ ଓ ଭକ୍ତଙ୍କୁ ଆକର୍ଷିତ କରୁଛି ଫଳରେ ପ୍ରତି ବର୍ଷ ବହୁ ବିଦେଶୀଙ୍କ ସୁଅ ଛୁଟୁଛି । ଏହି ପରିପ୍ରେକ୍ଷୀରେ ଆଜି ଗଜପତି ଜିଲ୍ଲାର ପୁରାଣ ପ୍ରସିଦ୍ଧ ଐତିହାସିକ ଶୈବପୀଠ ମହେନ୍ଦ୍ରଗିରି ଶୈବ ପୀଠକୁ ଦର୍ଶନ ପାଇଁ ସୁଦୁର ଆମେରିକା ରୁ ଆସି ଆଜି ମହେନ୍ଦ୍ରଗିରି ଶୈବ ପୀଠ ରେ ପଞ୍ଚୁପାଣ୍ଡବ ଙ୍କ ଦର୍ଶନ ସହ ଦାରୁବ୍ରହ୍ମ ଙ୍କ ଦର୍ଶନ କରିଛନ୍ତି । ପରମପୂଜ୍ୟ ଚନ୍ଦ୍ରମୈଳି ମହାରାଜ୍ ଏବଂ ବିଶାଖାପାଟଣାର ମାତାଜୀ ଦେବଦାସୀ ଆସି ଦର୍ଶନ କରିଥିଲେ । ପରେ ପାରଳା ସ୍ଥିତ ଜଗନ୍ନାଥ ମନ୍ଦିରରେ ଜଗନ୍ନାଥଙ୍କ ଦର୍ଶନ କରି ଭାବ ବିହ୍ୱଳିତ ହୋଇ ଜଗନ୍ନାଥ ମନ୍ଦିର ସମ୍ମୁଖରେ ହରିରାମ ସଙ୍କୀର୍ତ୍ତନରେ ନୃତ୍ୟ ପରିବେଷଣ କରିବା ଦେଖିବାକୁ ମିଳିଛି । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ସମୟରେ ହରିରାମ ସଙ୍କୀର୍ତ୍ତନ ତାଳ ମୃଦଙ୍ଗରେ ପ୍ରକମ୍ପିତ ହେଲା ଜଗନ୍ନାଥ ମନ୍ଦିର । ଜଗନ୍ନାଥଙ୍କ ଦର୍ଶନ ପାଇଁ ବହୁ ଖୁସିଥିବା କହିଛନ୍ତି ଏହି ଭକ୍ତମାନେ ।

You may have missed