April 24, 2026

ପ୍ରୋଫେସର ଧର୍ମାନନ୍ଦ ରାଉତ ହେଲେ ସଂସ୍କୃତ ସଂସ୍କୃତି ବିକାଶ ସଂସ୍ଥାନର ନବନିଯୁକ୍ତ ଗୁରୁକୁଳ ପ୍ରକଳ୍ପ ର ରାଷ୍ଟ୍ରୀୟ ସଚିବ

IMG-20251215-WA0121
Share

 

 

ନୂଆଦିଲ୍ଲୀ – ପ୍ରୋଫେସର ଧର୍ମାନନ୍ଦ ରାଉତ ସଂସ୍କୃତ ସଂସ୍କୃତି ବିକାଶ ସଂସ୍ଥାନର ଗୁରୁକୁଳ ପ୍ରକଳ୍ପ ର ରାଷ୍ଟ୍ରୀୟ ସଚିବ ଭାବେ ଦାୟୀତ୍ବ ଗ୍ରହଣ କରିଛନ୍ତି। ସେ ବର୍ତ୍ତମାନ ପୂର୍ବ ଭାରତ ଅଧ୍ୟକ୍ଷ ରୂପେ ମଧ୍ୟ କାର୍ଯ୍ୟ ନିର୍ବାହ କରୁଛନ୍ତି।ବର୍ତ୍ତମାନ ପ୍ରୋଫେସର ଧର୍ମାନନ୍ଦ ରାଉତ ଦିଲ୍ଲୀ ସ୍ଥିତ ଶ୍ରୀ ଲାଲ ବାହାଦୂର ଶାସ୍ତ୍ରୀ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ସାହିତ୍ୟ ବିଭାଗରେ ବରିଷ୍ଠ ପ୍ରୋଫେସର୍ ରୂପେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ସେ ସଂସ୍କୃତି ସଂସ୍କୃତି ବିକାସ ସଂସ୍ଥାନର ଦିଲ୍ଲୀ ଅଧ୍ୟକ୍ଷ ଭାବେ କାର୍ଯ ସମ୍ପାଦନ କରିଛନ୍ତି। ବର୍ତ୍ତମାନ୍ ତାଙ୍କୁ ଗୁରୁକୁଳ ପ୍ରକଳ୍ପ ର ରାଷ୍ଟ୍ରୀୟ ସଚିବ

ଭାବେ ଦାୟୀତ୍ବ ମିଳିଛି ତତ ସହିତ ପୂର୍ବ ଭାରତ ତଥା ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଇତ୍ୟାଦି ରାଜ୍ୟର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଛି । ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରୋ. ରାଉତ କହିଛନ୍ତି ସେ ଏହି ସଂସ୍ଥାନ କୁ ଉଚ୍ଚସ୍ତରକୁ ନେଇକି ଯିବେ । ପ୍ରଭୁ ଜଗନ୍ନାଥ ଓ ମା ସମଲେଇ ଙ୍କ ଆଶୀର୍ବାଦ ରେ ଓଡ଼ିଶାରେ ଏକ ଭବ୍ୟ ଗୁରୁକୁଳ ସହିତ କନ୍ୟା ଗୁରୁକୁଳ ଓ ଗୋଶାଳା ପାଇଁ ବହୁତ୍ ଶୀଘ୍ର ଜାଗା ଚିହ୍ନଟ କରାଯିବ ଓ ଭୂମି ପୂଜନ ମଧ୍ୟ କରାଯିବ ବୋଲି ପ୍ରୋ ରାଉତ କହିଛନ୍ତି।