April 24, 2026

ଗଜପତି ଜିଲ୍ଲା କାଶୀନଗର ଥାନା ଅଂଚଳରେ ୧ କ୍ଵିଣ୍ଟାଲ ଗୋମାଂସ ଜବତ ୩ ଅଟକ… ଜବତ ଗୋମାଂସ କୁ ମାଟିରେ ପୋତାଗଲା    

IMG-20251215-WA0122
Share

 

 

ପାରଳାଖେମୁଣ୍ଡି:୧୫/୧୨(ଗରୁଡ଼ ଧ୍ଵଜ ଚୌଧୂରୀ)ଗଜପତି ଜିଲ୍ଲାରେ ଗୋମାଂସ ଚାଲାଣ କରି ବିକ୍ରି କରିବା ପୂର୍ବରୁ ୧ କ୍ଵିଣ୍ଟାଲରୁ ଉର୍ଦ୍ଧ ଗୋମାଂସକୁ ମାଟିରେ ପୋତି ଦିଆଯାଇଛି. ଏହି ଘଟଣାରେ ପୋଲିସ ୩ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି. ଏହି ଜିଲ୍ଲାର କାଶୀନଗର ବ୍ଲକର ସୀତାପୁର ପଞ୍ଚାୟତ ଅଧୀନ ଦେବଦୋଳା ପେଟ୍ରୋଲ ପମ୍ପ ନିକଟରେ କିଛି ଲୋକ ଗୋ ମାଂସ ବିକ୍ରି କରିବା ଉଦ୍ଦେଶ୍ୟରେ ଅପେକ୍ଷାରେ ଥିଲେ । ଗଜପତି ବଜରଙ୍ଗ ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ନୃସିଂହ ଚରଣ ଦାସ ସେହି ପେଟ୍ରୋଲ ପମ୍ପକୁ ଆସିଥିବା ବେଳେ ଗୋଟିଏ ଗାଡ଼ିରେ ପେଟ୍ରୋଲ ଭରିବା ପାଇଁ କିଛି ଯୁବକ ଆସିଥିଲେ । ଗାଡ଼ିରେ ମାଂସ ଭରି ବ୍ୟାଗ୍ ଉପରେ ବଜରଙ୍ଗ ଦଳ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ନଜର ପଡ଼ିଥିଲା I ତେଲ ପକାଇ ସେମାନେ ଯିବା ପରେ ସୀତାପୁର ଗ୍ରାମ ନିକଟରେ ସୂଚନା ପାଇ ବଜରଙ୍ଗ ଦଳର ସଦସ୍ୟମାନେ ଗୋମାଂସ ବେପାରୀଙ୍କୁ ଅଟକ ରଖ୍ କାଶୀନଗର ଥାନାକୁ ସୂଚନା ଦେଇଥିଲେ। ଥାନା ଅଧିକାରୀ ସୁନୀଲ ବେହେରାଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପହଞ୍ଚି ପ୍ରାୟ ଏକ କ୍ଵିଣ୍ଟାଲ ଗୋ ମାଂସ ଜବତ କରିଥିଲେ. ଗୋ ମାଂସ ବିକ୍ରି କରୁଥିବା ତିନି ଜଣ ବ୍ୟକ୍ତି ମଧ୍ୟରୁ ଜଣେ ଗୁମ୍ମା ଓ ଅନ୍ୟ ଦୁଇ ଜଣ ଗାଇବା ଗ୍ରାମର ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଜବତ ହୋଇଥିବା ସମସ୍ତ ଗୋମାଂସକୁ ମାଟିରେ ପୋତି ଦିଆଯାଇଥିବା ସୂଚନା ମିଳିଛି ।