March 10, 2026

ଡିସେମ୍ବର ୧୭ରେ ପ୍ରଥମ ଯୁଦ୍ଧ ଦିବସ ଓ ୩୦ରେ ଛବିଳ ସାଏ ଜୟନ୍ତୀ ବୀର ଛବିଲ ସାଏ ସ୍ମୃତି କମିଟିର ପ୍ରସ୍ତୁତି ବୈଠକ

IMG-20251207-WA0208
Share

 

ସମ୍ବଲପୁର, ୦୭. ୧୨():ସମ୍ବଲପୁର ରେ ବ୍ରିଟିଶ ବାହିନୀ ର ଗତିବିଧି ଉପରେ ନଜର ରଖିବା ପାଇଁ ବୀର ସୁରେନ୍ଦ୍ର ସାଏ କୁଦୋପାଲି ରେ ଘାଟୀ କରିଥିଲେ | ଦାୟିତ୍ଵରେ ଥିଲେ ସାନ ଭାଇ ଛବିଲ ସାଏ। ଜୁଜୁମରା ରେ ବ୍ରିଟିଶ ବାହିନୀ ଉପରେ ସୁରେନ୍ଦ୍ର ସାଏ ଙ୍କ ଗରିଲା ଯୋଦ୍ଧା ମାନେ ଅତର୍କିତ ଆକ୍ରମଣ କରି ବହୁ ଇଂରେଜ କୁ ଗୁରୁତର ଆହତ କରିଥିଲେ ଓ ଡାଃ ମୁରଙ୍କୁ ହତ୍ୟା କରିଥିଲେ।ପ୍ରତିଶୋଧ ନେବା ପାଇଁ ୧୭ ଡିସେମ୍ବର ୧୮୫୭ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ ବ୍ରିଟିଶ ବାହିନୀ | ପ୍ରଥମ ଯୁଦ୍ଧରେ ବିଜୟ ହୋଇଥିଲା ସଂଗ୍ରାମୀଙ୍କର | କିନ୍ତୁ ଶହିଦ ହୋଇଥିଲେ ୪ ଜଣ ବୀର ସେନାନୀ|

ଇଂରେଜ ପରାଜୟ ପରେ ନୂତନ ରଣନୀତି ତିଆରି କରିଲେ ଓ ମାଡ୍ରାସ ଓ ନାଗପୁର ରୁ ସୈନ୍ୟ ମଗାଇଲେ |

୩୦ ଡିସେମ୍ବର ପ୍ରଚଣ୍ଡ ଶୀତ ପାଇଁ ସଂଗ୍ରାମୀ ମାନେ ପାହାଡ଼ ଉପରୁ ତଳକୁ ଆସି ଏକ ଆମ୍ଭ ବଗିଚାରେ ଶୋଇଥିବା ଅବସ୍ଥାରେ ବ୍ରିଟିଶ ବାହିନୀ ଚାରି ପଟରୁ ଘେରି ଆକ୍ରମଣ କରିଥିଲେ | କୁଦୋପାଲି ଗ୍ରାମ ମଝିରେ ଛବିଲ ସାଏ ଗୁଳିବିଦ୍ଧ ହୋଇ ବୀରଗତି ପ୍ରାପ୍ତ ହୋଇଥିଲେ |ତାଙ୍କର ସହିତ ୫୩ ଜଣ ସଂଗ୍ରାମୀ ଯୁଦ୍ଧ ଭୂମି ରେ ବୀରଗତି ପ୍ରାପ୍ତ ହେଲେ ଓ ୧୧ ଜଣ ଗିରଫ ହେଲେ |୪ଜଣଙ୍କୁ ଫାଶୀ ଓ ଅନ୍ୟ ସମସ୍ତ ଙ୍କୁ ସଶ୍ରମ କାରାଦଣ୍ଡ ହେଲା |ମୋଟ ୫୭ଜଣ ଶହୀଦ ହେଲେ ମା, ମାଟି ପାଇଁ |ଆଗାମୀ ୩୦ ଡିସେମ୍ବର୍ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପାଇଁ କୁଦୋପାଲି ଠାରେ ଶହୀଦ ଭବନ ରେ ବୀର ଛବିଲ ସାଏ ସ୍ମୃତି କମିଟି ର ଉପସଭାପତି ଶ୍ରୀ ଲକ୍ଷ୍ମଣ ଦେହୁରୀ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।୧୭ ଡିସେମ୍ବର ର ପ୍ରଥମ ଯୁଦ୍ଧ ଦିବସରେ ୪ ଜଣ ଶହିଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା, ୩୦ ଡିସେମ୍ବର ମଶାଲ ଶୋଭାଯାତ୍ରା, କୁଦୋପାଲି ଗ୍ରାମରେ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ଓ ଘାଟିରେ ୫୭ ମଶାଲ ଜାଳି ଶ୍ରଦ୍ଧାଞ୍ଜଳୀ ଓ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ ,କାର୍ଯ୍ୟକ୍ରମ ପୂର୍ବରୁ ବିଭିନ୍ନ ବିକାଶ କାର୍ଯ୍ୟ କୁ ତ୍ୱରାନ୍ୱିତ କରିବା, ୧୦୦ ଫୁଟ ର ତ୍ରିରଙ୍ଗା ପତାକା ସ୍ଥାପନ ଓ ମା ସମଲେଶ୍ୱରୀ ଙ୍କ ମନ୍ଦିର ପାଇଁ ଭୂମି ପୂଜା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ପୂର୍ବ ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ସମୟରେ କୁଦୋପାଲି ରଣଭୂମି ସହିଦ ପୀଠରେ ଡ଼ିସେମ୍ବର ୧୭ଓ ୩୦ ବୀର ସହିଦ ଛବିଳ ସାଏ ଓ ସାଥି ମାନଙ୍କର ଶ୍ରଦ୍ଧାଞ୍ଜଳି ସଭା କିଭଳି ଭବ୍ୟ ଅନୁଶାସନ ରେ ହେଇପାରିବ ସେ ନେଇ ସ୍ମୃତି କମିଟି ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏହି ଅବସରରେ ଏକ ସ୍ମରଣିକା ମଧ୍ୟ ପ୍ରକାଶ କରାଯାଉଥିବାରୁ କୁଦୋପାଲି ଘାଟି ଓ ଶହୀଦ ଛବିଳ ସାଏ ଓ ସେହିସମୟର ସଂଗ୍ରାମୀ କାହାଣୀ ବିଷୟରେ ପ୍ରକାଶ ପାଇବ। ଏଥିପାଇଁ

veerchhabilasaitrust@gmail.ରେ ଲେଖା ପଠାଇବାକୁ ଅନୁରୋଧ କରାଯାଇଛି।

ଏହି ବୈଠକରେ ଜୟବ୍ରତ ଦେ, ତରଣୀ ସେଠ, ଭରତ ସାହୁ, କିଶୋର ମହାକୁଡ଼,ରୋଚିଶ ଦେ, ସରିତା ଦେ, ପ୍ରଦୀପ ସୁପକାର, ଚନ୍ଦନ ସାହାଣୀ,ଲକ୍ଷ୍ମଣ ଦେହେରୀ,ଡାକ୍ତର ରାଜାରାମ ଷଡ଼ଙ୍ଗୀ, ବିଜୟ କୁମାର ମିର୍ଦ୍ଧା, କେଦାର ପ୍ରଧାନ, ଶ୍ୟାମଳଳ ବିଶ୍ୱାସ,ଶ୍ରେୟସ ଦେ,ପ୍ରମୁଖ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।