September 8, 2026

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର, ଚର୍ଚ୍ଚାରେ ପ୍ରଧାନ ଶିକ୍ଷୟିତ୍ରୀ

IMG-20251205-WA0031
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ଅନ୍ତର୍ଗତ ୯ନଂ ୱାର୍ଡ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଅଛନ୍ତି। ସୂଚନା ଅନୁଯାୟୀ, ଉକ୍ତ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ପାଇଁ ତିଆରି ହୋଇଥିବା ଶୌଚାଳୟକୁ ଅନେକ ଦିନରୁ କେବଳ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବ୍ୟବହାର କରିବାପାଇଁ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଦେଶରେ ତାଲା ମାରି ରଖା ଯାଉଥିବାବେଳେ,ଶୌଚ ପାଇଁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଓ ପୂର୍ବରୁ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ମହିଳା ସହାୟକ କର୍ମୀଙ୍କୁ ଅନ୍ୟଥା କାର୍ଯ୍ୟରୁ କାଢିଦେବାକୁ ନେଇ, ଗତ କାଲି କେସିଙ୍ଗା ଅଞ୍ଚଳର କିଛି ସାମ୍ବାଦିକ ଉକ୍ତ ବିଦ୍ୟାଳୟକୁ ଯାଇ, ଏବାବଦରେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ, ପ୍ରଧାନ ଶିକ୍ଷୟିତ୍ରୀ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ନଦେଇ ଓଲଟା ଦୁର୍ବ୍ୟବହାର ଦେଖାଇଥିଲେ ଓ ସାମ୍ବାଦିକଙ୍କ ମୋବାଇଲ ମଧ୍ୟ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏଥିସହ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଚରା ଯିବାରୁ, ସେମାନେ କହିଥିଲେ ଯେ, ଶୌଚ ପାଇଁ ପାଠପଢା ଛାଡି ଘରକୁ ଯିବାକୁ ପଡୁଥିବାବେଳେ, ବିଦ୍ୟାଳୟରେ ପାଠପଢା ନାମ ମାତ୍ର ଚାଲିଛି। ଏହାଛଡା ସାମ୍ବାଦିକ ଭାଇ ମାନେ ଆହୁରି ଜାଣିବାକୁ ପାଇଥିଲେ ଯେ’,ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାନ୍ନ ଭୋଜନ ଯେତିକି ଦେବା କଥା ତାହାର ଅଧାମାତ୍ରାରେ ଦିଆ ଯାଉଛି। ଏପରିକି ଏନେଇ ପୂର୍ବରୁ କାର୍ଯ୍ୟରତ ମହିଳା ସହାୟକ କର୍ମୀ ବିରୋଧ କରିବାରୁ, ତାଙ୍କୁ ମଧ୍ୟ କାର୍ଯ୍ୟରୁ ହଟାଯାଇ ତାଙ୍କ ଜାଗାରେ ଅନ୍ୟ ଜଣେ ସହାୟକ କର୍ମୀଙ୍କୁ ନିୟୋଜିତ କରାଯାଇଥିଲା।ପିଲାଙ୍କୁ ମଧ୍ୟାନ୍ନ ଭୋଜନ ଅଳ୍ପ ମାତ୍ରାରେ ଦେବାକୁ ନେଇ ବର୍ତ୍ତମାନ କାର୍ଯ୍ୟରତ ସହାୟକ କର୍ମୀଙ୍କୁ ପଚରା ଯିବାରୁ, ସେ କହିଥିଲେ ଯେ’, ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିର୍ଦେଶ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଭୋଜନ ଦିଆଯାଉଛି।ବିଦ୍ୟାଳୟର ଏସବୁ ସମସ୍ୟା ନେଇ ସାମ୍ବାଦିକ ଭାଇମାନେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସହ ତାଙ୍କ ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥଲେ ମଧ୍ୟ ଏବାବଦରେ ବ୍ଲକ ଶିକ୍ଷା ଅଧିକାରୀ କୌଣସି ପ୍ରତିକ୍ରିୟା ଦେଇନଥିଲେ।

You may have missed