April 26, 2026

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସ ୨୦୨୫ ପାଳିତ

IMG-20251201-WA0126
Share

 

 

(୧ ଡିସେମ୍ବର, ) ଅନୁଗୁଳ: ଜିନ୍ଦଲ ଷ୍ଟିଲର ସାମାଜିକ ଅଙ୍ଗ, ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଅନୁଗୁଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ସହିତ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋଇଥିବା ଏକ ସଚେତନତା ରାଲିରେ ସାବିତ୍ରୀ ଜିନ୍ଦଲ ଡିଏଭି ହାଇସ୍କୁଲ, କଲେଜ, ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କ ସମତେ ତୃତୀୟ ଲିଙ୍ଗ ସମ୍ପ୍ରଦାୟର ସଦସ୍ୟ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ ।

ଏହି ଅବସରରେ ପ୍ରତିରୋଧକ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ସମ୍ବଳିତ ହୋର୍ଡିଂ ଲଗାଯାଇଥିଲା, ବିଭିନ୍ନ ଅଞ୍ଚଳରେ କଣ୍ଡୋମ ଭେଣ୍ଡିଂ ମେସିନ୍ ଲଗାଯାଇଥିଲା ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଏଚଆଇଭିର ପ୍ରଭାବ ଏବଂ ନିଜକୁ ସୁରକ୍ଷା ସୁରକ୍ଷିତ ରଖିବାର ଉପାୟ ବିଷୟରେ ସଚେତନ କରାଯାଇଥିଲା। ଜିଲ୍ଲା ଏଡ୍‌ସ ନିବାରଣ ଏବଂ ନିୟନ୍ତ୍ରଣ ୟୁନିଟ୍ (ଡିଏପିସିୟୁ), ଅନୁଗୁଳ ସହିତ ମିଳିତ ଭାବରେ, ଅନୁଗୁଳ ସହରରେ ଏକ ବଡ଼ଧରଣର ରାଲି ମଧ୍ୟ କରାଯାଇଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଲୋକମାନେ ସାମିଲ ହୋଇଥିଲେ ।

ଆଇସିଟିସି ପଦକ୍ଷେପ ମାଧ୍ୟମରେ ଜିନ୍ଦଲ ଫାଉଣ୍ଡେସନର ଅନୁଗୁଳ ୟୁନିଟ୍ ୫.୩୪ ଲକ୍ଷ ଲୋକଙ୍କ ପାଖରେ ପ୍ରତିରୋଧ, ଯତ୍ନ ଏବଂ ସମର୍ଥନ ବିଷୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପହଞ୍ଚାଇପାରିଛି। ଏହା ସହିତ ବର୍ତମାନ ସୁଦ୍ଧା ୫.୦୩ ଲକ୍ଷ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବେ ଏଚ୍ଆଇଭି ପରୀକ୍ଷା କରିବାର ସୁବିଧା ପାଇଛନ୍ତି , ଯାହା ଦ୍ଵାରା ପ୍ରାରମ୍ଭିକ ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସା ସମ୍ଭବ ହୋଇପାରିଛି।

ଏହି ଅବସରରେ ଜିନ୍ଦଲ ଷ୍ଟିଲର ଲଜିଷ୍ଟିକ୍ସ ବିଭାଗ ପକ୍ଷରୁ ପ୍ରୋଜେକ୍ଟ କବଚ ଅଧୀନରେ ଲାଷ୍ଟ ମାଇଲ କେୟାର ସଂଗଠନ ସହିତ ସହଭାଗୀତାରେ ଟ୍ରକ ପାର୍କିଂ ଅଞ୍ଚଳରେ ଡିସେମ୍ବର ୩ରୁ ଏକ ସପ୍ତାହ ବ୍ୟାପୀ ଏଚଆଇଭି ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଇଛି । ଏହି ପଦକ୍ଷେପ ଜରିଆରେ ଟ୍ରକ୍ ଡ୍ରାଇଭରମାନଙ୍କ ପାଇଁ ପଥପ୍ରାନ୍ତ ନାଟକ ଏବଂ ସଚେତନତା ଅଧିବେଶନ କାର୍ଯ୍ୟକ୍ରମ ଆରମ୍ଭ ହେବ, ଯାହା ସୁରକ୍ଷିତ ଅଭ୍ୟାସଗୁଡ଼ିକୁ ପ୍ରୋତ୍ସାହିତ କରିବ ଏବଂ ସାଧାରଣ ଭୁଲ ଧାରଣାକୁ ଦୂର କରିବ।ଜିନ୍ଦଲ ଫାଉଣ୍ଡେସନ ବର୍ଷତମାମ ସାମୁଦାୟିକ ସ୍ୱାସ୍ଥ୍ୟ ପ୍ରତି ଏହାର ପ୍ରତିବଦ୍ଧତା ଜାରି ରଖିଛି। ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଏଚଆଇଭି/ଏଡ୍‌ସ ମୁକାବିଲାରେ ଏହାର ନିରନ୍ତର ପ୍ରୟାସ ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ସ୍ୱୀକୃତି ଏବଂ ସମ୍ମାନିତ କରିଛି ।