March 11, 2026

ପାରଳାଖେମୁଣ୍ଡି ନବ ଜୀବନ ଅନାଥ ଓ ବୃଦ୍ଧାଶ୍ରମରେ ସମାଜସେବୀ ଓ ପ୍ରଶାସନିକ ଅଧିକାରୀଙ୍କ ଦ୍ଵାରା କମ୍ବଳ ବଣ୍ଟନ

IMG-20251130-WA0056
Share

 

ପାରଳାଖେମୁଣ୍ଡି:୩୦/୧୧(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିସ୍ଥିତ ନବ ଜୀବନ ଅନାଥ ଓ ବୃଦ୍ଧାଶ୍ରମରେ ପ୍ରବଳ ଶୀତକୁ ନଜରରେ ରଖି ପରିଚାଳିକା ପ୍ରଭାସିନୀ ଲିମାଙ୍କ ଉପସ୍ଥିତିରେ ତଥା ଗାୟତ୍ରୀ ଶକ୍ତିପୀଠର ସନ୍ତୋଷ ଗନ୍ତାୟତଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ଖଣି ଅଧିକାରୀ ଦିପେନ ପରିଡ଼ା, ଜିଲ୍ଲା ଅଦାଲତର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ତଥା ଭୁବନେଶ୍ବର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସଙ୍ଗଠକ ତଥା ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ରଙ୍କ ଦ୍ୱାରା ଏହାର ଅନ୍ତେବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ, ସେବା ପ୍ରତିନିଧି ସଙ୍ଗଠନ ଦ୍ୱାରା ପୂର୍ବରୁ ବିଭିନ୍ନ ସ୍ଥାନରେ ଏହିପରି କମ୍ବଳ ବଣ୍ଟନ କରାଯାଇଆସୁଛି। ସେହିପରି ଆଜିର ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ନିମାପଡ଼ାସ୍ଥିତ ମେଟ୍ ଗ୍ରୁପ୍‌ ସହଯୋଗର ଯଥାର୍ଥ ହାଥ ବଢାଇଥିଲେ ଓ ଏହି ପ୍ରୟାସକୁ ସମସ୍ତେ ସାଧୁବାଦ ଜଣାଇଛନ୍ତି।

You may have missed