October 28, 2026

ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ବଜାରର ରାସ୍ତା ପାର୍ଶ୍ବ ପାଳଗଦାରୁ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ଡ଼ାକ୍ତରଖାନାକୁ ନେଲେ ଦମ୍ପତି

IMG-20251130-WA0052
Share

 

ବାଲେଶ୍ବର ( ଦେବାଶିଷ ଦାଶ )

କେହି ଜଣେ କପଡ଼ାରେ ଗୁଡେ଼ଇ ପାଳଗଦାରେ ଫିଙ୍ଗି ଦେଇଥିଲେ, ସୁଚନା ଅନୁଯାୟୀ ଲଙ୍ଗଳେଶ୍ବର ଅଞ୍ଚଳର ଏକ ଦମ୍ପତି କୈଣସି କାର୍ଯ୍ୟରେ ଲଙ୍ଗଳେଶ୍ବର ବଜାରକୁ ଯାଉଥିବା ବେଳେ ରାସ୍ତା ପାର୍ଶ୍ବ ପାଳଗଦାରୁ ଶିଶୁଟି କାନ୍ଦୁଥିବା ଶୁଣି ସେଠାକୁ ଯାଇଥିଲେ,କପଡ଼ାରେ ଗୁଡେଇ ହୋଇ ପଡିଥିବା ଦେଖ ତାକୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ,ସେଠାରେ ଶିଶୁଟିର ସ୍ବାସ୍ଥ୍ଥାବସ୍ଥା ଟିକେ ଖରାପ ଥିବାରୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି ଡାକ୍ତର,ତେବେ କେହିଜଣେ କୁଆଁରୀ ମା ଶିଶୁଟିକୁ ଜନ୍ମ ଦେଇ ଫିଙ୍ଗି ଦେଇଥିବା ଅନୁମାନ କରା ଯାଉଛି, ଶିଶୁଟି ସୁସ୍ଥ ହେବା ପରେ ପୈଶ୍ୟ ସନ୍ତାନ କରି ରଖିବେ ବୋଲି କହିଛନ୍ତି ଦମ୍ପତି।

You may have missed