June 20, 2026

ପାଇଲିପଡ଼ା ସରପଞ୍ଚ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ ; ଯାଞ୍ଚ୍ ପରେ ଦୁଇ ପ୍ରାର୍ଥୀଙ୍କ ପ୍ରାର୍ଥୀ ପତ୍ର କାଏମ୍

IMG-20251128-WA0057
Share

 

ପବେଲଗୁଣ୍ଠା,୨୮/୧୧, ପାଇଲିପଡା ପଂଚାୟତର ସରପଞ୍ଚ ପଦବୀ ପାଇଁ ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଅଞ୍ଚଳରେ ରାଜନୈତିକ ପରିବେଶ ଚଳଚଞ୍ଚଳ ହୋଇ ଉଠିଛି I ସରପଞ୍ଚ ପଦବୀ ନିମନ୍ତେ ଦୁଇଜଣ ପ୍ରାର୍ଥୀ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଆଜି ଯାଞ୍ଚ୍ ପରେ ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଛି I ସୂଚନା ପ୍ରକାରେ ସରପଞ୍ଚ ପଦବୀ ନିମନ୍ତେ ବିଜେଡ଼ି ତରଫରୁ ପୂର୍ବତନ ସରପଞ୍ଚ ଜୟରାମ ନାୟକ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ବିଜେପି ପକ୍ଷରୁ ପଂଚାୟତର ନାଏବ ସରପଞ୍ଚ ତଥା ବର୍ତ୍ତମାନ ସରପଞ୍ଚ ଦାୟିତ୍ୱରେ ଥିବ ସଲୀଳା ମହାରଣାଙ୍କ ସ୍ୱାମୀ ଶିବରାମ ମହାରଣା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି I ଆଜି ଯାଞ୍ଚ୍ ପରେ ଉଭୟଙ୍କ ପ୍ରାର୍ଥୀପତ୍ର କାଏମ୍ ରହିଥିବା ବ୍ଳକ୍ ନିର୍ବାଚନ ଅଧିକାରୀ ତଥ ବେଲଗୁଣ୍ଠା ବିଡ଼ିଓ କଳାକୃଷ୍ଣ ପ୍ରଧାନ ପ୍ରକାଶ କରିଛନ୍ତି I ଆସନ୍ତା ୨୯ ତାରିଖ ମଧ୍ୟରେ କୌଣସି ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର ନକଲେ ଡ଼ିସେମ୍ବର ଏକ ତାରିଖରେ ଉଭୟ ପ୍ରାର୍ଥୀଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ଡ଼ିସେମ୍ବର ୧୮ ତାରିଖରେ ଉପନିର୍ବାଚନ ଏବଂ ୧୯ ତାରିଖରେ ଫଳାଫଳ ପ୍ରକାଶ ପାଇବ ବୋଲି ବିଡ଼ିଓ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି I ପ୍ରକାଶ ଥାଉ ପାଇଲିପଡ଼ା ପଂଚାୟତର ପୂର୍ବତନ ସରପଞ୍ଚ ଜୟରାମ ନାୟକ ଅନାସ୍ଥାରେ ହାରିଯିବା ପରେ ନାଏବ ସରପଞ୍ଚ ସଲୀଳା ମହାରଣା ବହୁଦିନ ହେବ ସରପଞ୍ଚ ଦାୟିତ୍ୱ ତୁଲାଇ ଆସୁଥିଲେ Iବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ