ବାବା ଆଖଣ୍ଡଳମଣି ଯୋଗ ଓ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ରର ୧୧ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଆଜି ବାବା ଆଖଣ୍ଡଳମଣି ଯୋଗ ଓ ଆଧ୍ୟାତ୍ମିକ ଶିକ୍ଷକେନ୍ଦ୍ର ର ୧୧ତମ ବାର୍ଷିକ ଉତ୍ସବ ଧୂମଧାମର ସହିତ ପାଳନ ହୋଇଯାଇଛି l ଏହି ମହୋତ୍ସବ ନଭେମ୍ବର ୨୮ ରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚଳିବ l ଚଳିତ ବର୍ଷ ବାର୍ଷିକ ଉତ୍ସବ ର ମୂଳ ଉଦେଶ୍ୟ ସାଧାରଣ ଜନତାଙ୍କ ମଧ୍ୟରେ ଦେଖାଯାଉଥିବା ମଧୁମେହ ମୋଟାପଣ ଓ ରକ୍ତଚାପ ରୋଗକୁ ଆୟୁର୍ବେଦ ଏବଂ ଯୋଗ ମାଧ୍ୟମରେ ଚିକିତ୍ସା ପ୍ରଦାନ କରି ସାଧାରଣ ଜନତାଙ୍କୁ ଆରୋଗ୍ୟ ପ୍ରଦାନ କରିବା l ଏହି ମାନସିକ ଚାପାକୁ କମ କରିବାପାଇଁ ଆଧ୍ୟାତ୍ମିକ ଚିନ୍ତନ ନିତ୍ୟନ୍ତ ଆବଶ୍ୟକ l ପ୍ରତ୍ୟେକ ଯୋଗ ଶିକ୍ଷାର୍ଥୀ ମାନଙ୍କୁ ପ୍ରାରମ୍ଭରୁ ହନୁମାନ ଚାଳିଶା, ସ୍ତମ୍ଭ ପଠନ, ଶ୍ରୀମଦ ଭାଗବତ ଗୀତା ପଠନ କରାଯାଇଥିଲା l ମୁଖ୍ୟ ଅତିଥିଭାବେ ରମାକାନ୍ତ ମିଶ୍ର ପ୍ରଦୀପ ପ୍ରଜ୍ୱଳନ କରି ଶିବିରର ଶୁଭଉଦ୍ଘାଟନ କରିଥିଲେ l ଅନୁଷ୍ଠାନ ପକ୍ଷରୁ ହରିହର ଦୋରା, ଡାକ୍ତର ରମାକାନ୍ତ ମିଶ୍ରଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ଯୋଗଗୁରୁ ମନୋଜ କୁମାର ନାୟକ ତତ୍ୱାବଧାନ ରେ ସମସ୍ତ ଅନଲାଇନ ଏବଂ ଅଫଲାଇନ ର ସଦସ୍ୟ ଏବଂ ସଦସ୍ୟା ମାନଙ୍କ ସହଯୋଗ ରେ ଏହି ଶିବିରର ୧୧ତମ ବାର୍ଷିକ ଉତ୍ସବ ମହାଡମ୍ବରରେ ପାଳନ କରାଯାଇଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
