July 31, 2026

କୋଣାର୍କ ଚନ୍ଦ୍ରଭାଗା ଇକୋ ରିଟ୍ରେଟ ଏବଂ କୋଣାର୍କ ମହୋତ୍ସବ ଦୁର୍ନୀତି ବିରୋଧରେ ପୁରୀଜିଲ୍ଲା କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ

IMG-20251126-WA0004
Share

 

ପ୍ରତିବର୍ଷ ଭଳି ଚଳିତ ବର୍ଷ କୋଣାର୍କ ମହୋତ୍ସବ ଏବଂ ଇକୋ ରିଟ୍ରେଟ ମହାଡ଼ମ୍ବରରେ କରାଯାଉଛି l କିନ୍ତୁ ଦୁଃଖ ଓ ପରୀତାପର ବିଷୟ ଏହିକିଯେ କେବଳ ଏହି ମହୋତ୍ସବ ରେ ସମସ୍ତ ମନ୍ତ୍ରୀ ଓ ନେତାମାନଙ୍କୁ ଦେଖିବାକୁ ମିଳୁଛି ପୁଣି ବର୍ଷେ ବିତିଯାଉଛି କିନ୍ତୁ କୋଣାର୍କ କାକଟପୁର ବାଙ୍ଗୁରୀଗାଁ ଏବଂ ଅସ୍ତରଙ୍ଗ ଡାକ୍ତରଖାନା ରେ ଅଭିଜ୍ଞ ଡାକ୍ତର କିମ୍ବା ନର୍ସ ନଥିବାରୁ ସାଧାରଣ ଜନତା ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଆସନ୍ତା ନଭେମ୍ବର ୨ ତାରିଖ ରୁ ପାଞ୍ଚଦିନ ଧରି ଜିଲ୍ଲା କଂଗ୍ରେସ ପକ୍ଷରୁ କୋଣାର୍କ ବଜାର ବନ୍ଦ ରଖାଯିବ ବୋଲି ଗଣମାଧ୍ୟମ କୁ ସୂଚାଇଛନ୍ତି ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ଇଞ୍ଜିନିଅର ରାଜେଶ ମିଶ୍ର ଏଥିସହିତ ଜିଲ୍ଲାପାଳଙ୍କ ବାସଭବନ ରେ କଂଗ୍ରେସ ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ଏହି କାର୍ଯ୍ୟକ୍ରମ ପୁରୀଜିଲ୍ଲା କଂଗ୍ରେସ କମିଟି ସଭାପତି ରାଜେଶ ମିଶ୍ରଙ୍କ ସହିତ କାକଟପୁର ଅସ୍ତରଙ୍ଗ ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ, ଅମରେନ୍ଦ୍ର ପାଇକରାୟ, ବିଶ୍ୱନାଥ ଦାଶଙ୍କ ସହିତ ପୁରୀଜିଲ୍ଲା କଂଗ୍ରେସ କମିଟିର ନେତୃମଣ୍ଡଳୀ ଉପସ୍ଥିତ ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l

You may have missed