April 25, 2026

ପୁରୀରୁ ହଟିବେ ଅନୁପ୍ରବେଶକାରି ବାଙ୍ଗଲାଦେଶୀ ଓ ରୋହିଜ୍ଞା

IMG-20251126-WA0006
Share

 

ଅନୁପ୍ରବେଶକାରୀ ବଙ୍ଗଳାଦେଶୀ ଓ ରୋହିଙ୍ଗ୍ୟା ଙ୍କୁ ଭାରତ ମାଟିରୁ ସଂପୂର୍ଣ୍ଣ ଭାବେ ହଟେଇଦେବା ଲକ୍ଷ୍ୟରେ ଗଠିତ ସର୍ବଭାରତୀୟ ରାଷ୍ଟ୍ରବାଦୀ ସଂଗଠନ ଭାରତ ରକ୍ଷା ମଞ୍ଚ ର ପୁରୀ ଜିଲ୍ଲାଶାଖା ତରଫରୁ ସୋମବାର ସଂଧ୍ୟାରେ ବଡଦାଣ୍ଡସ୍ଥ ହାତୀ ଆଖଡା ମଠ ପରିସରରେ ଶିଖ୍ ସଂପ୍ରଦାୟର ନବମ ଗୁରୁ ତେଗବାହାଦୁରଙ୍କ ୩୫୦ ତମ ବଳିଦାନ ଦିବସ ଆୟୋଜିତ ହୋଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ମଞ୍ଚର ପୂର୍ବତନ ପୁରୀଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ନାରାୟଣ ଦାଶ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ମଞ୍ଚ ର ପ୍ରାନ୍ତୀଯ ଉପସଭାପତି ସଚ୍ଚିନନ୍ଦନ ଦାସ ସାମୁହିକ ଗୀତ ଗାନ କରି ହିନ୍ଦୁ ମୁଖର ହେଲେ ହିଁ ରାଷ୍ଟ୍ର ପ୍ରଖର ହେବ ଓ ହିନ୍ଦୁ ରାଷ୍ଟ୍ର ର ସଂକଳ୍ପକୁ ନିଜର ବ୍ରତରୂପରେ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ପ୍ରଦାନ କରିଥିଲେ। ଗୋ’ସେବକ ଦିଲ୍ଲୀପ ମିଶ୍ର ଦ୍ବାରା ସଂଯୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ

।।ଶ୍ରୀଯୁକ୍ତ ଦାଶ ଗୁରୁ ତେଗବାହାଦୁର ଙ୍କ ବଳିଦାନ ବିଷୟ ସମେତ ମଞ୍ଚର ଲକ୍ଷ୍ୟ ଓ ଉଦ୍ଦେଶ୍ଯ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ସଦଭାବନା ମଞ୍ଚର ବିଭାଗ ପ୍ରମୁଖ ଶ୍ରୀବତ୍ସ ଦାଶ ଗୁରୁ ତେଗବାହାଦୁରଙ୍କର ବଳିଦାନ ଗାଥାକୁ ମନେ ପକାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ର ସମ୍ମାନିତ ଅତିଥି ସନ୍ଧ୍ୟାରାଣୀ ରଥ ନାରୀଶକ୍ତିର ବିକାଶ ଦ୍ବାରା ହିଁ ରାଷ୍ଟ୍ରଶକ୍ତିର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ବକ୍ତା ଗୋ’ସେବକ ଭିକାରୀ ଚରଣ ଦାସ ଗୁରୁ ତେଗବାହାଦୁରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ମଞ୍ଚର ସଦସ୍ୟ କମଳଲୋଚନ ରଥ ମଞ୍ଚର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସହ ସଂଯୋଜକ ବିଭୁପ୍ରସାଦ ତ୍ରିପାଠୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତ ରକ୍ଷା ମଞ୍ଚର ସଦସ୍ଯ ଦିବାକର ମହାରଣା, ସୁଶାନ୍ତ କୁମାର ନାୟକ, ଜଗନ୍ନାଥ କୁଣ୍ଡୁ, ଅଜାତଶତ୍ରୁ ମିଶ୍ର, ପୂର୍ଣ୍ଣ ଚନ୍ଦ୍ର ଦାସ, ମନୋଜ କୁମାର ସାମଲ, ଆଡଭୋକେଟ କବିତା ପ୍ରଧାନ ଏବଂ ଜଗନ୍ନାଥ ଷଡଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ ପ୍ରଦାନ କରିଥିଲେ।।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ