April 24, 2026

ସାଂସଦ ଓ ବିଧାୟକଙ୍କ ଦ୍ଵାରା ରଘୁନାଥପୁର ଠାରୁ ନରେନ୍ଦ୍ରପୁର ରାସ୍ତା ନିର୍ମାଣର ଭିତି ପ୍ରସ୍ତର ଓ ଅତିରିକ୍ତ ଶ୍ରେଣୀଗୃହର ଶୁଭ ଉଦ୍ଘାଟନ 

IMG-20251125-WA0027
Share

ଛତ୍ରପୁର ତା୨୫/୧୧/୨୫(ଅରୁଣ କୁମାର ପଣ୍ଡା) ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତର ରଘୁନାଥପୁରରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆନୁକୁଲ୍ୟରେ ଜାତୀୟ ରାଜପଥ ୧୬ ଠାରୁ ଭାୟା ରଘୁନାଥପୁର-ନରେନ୍ଦ୍ରପୁର ପୂର୍ତ୍ତ ରାସ୍ତା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ଓ ରଘୁନାଥପୁର ପ୍ରାଥମିକ ବିଦ୍ୟାଳୟରେ ଅତିରିକ୍ତ ଦୁଇଟି ଶ୍ରେଣୀ ଗୃହର ଉଦଘାଟନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ, ଉଦଘାଟକ ଭାବେ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅରବିନ୍ଦ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ଇଂ ସଚ୍ଚିକାନ୍ତ ଦାଶ, ନରେନ୍ଦ୍ରପୁର ସରପଞ୍ଚ ଜ୍ୟୋତି ରଞ୍ଜନ ସାହୁ, ସମିତି ସଭ୍ୟା ବି ସୋନାଲୀ ସେନାପତି, ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଛତ୍ରପୁର ବିଡ଼ିଓ ସମ୍ୱିତ ସଂଗ୍ରାମଜିତ ସାହୁଙ୍କ ସମେତ ଛତ୍ରପୁର ବ୍ଲକର ସରପଞ୍ଚ ଓ ସମିତିସଭ୍ୟମାନେ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗ ଦେଇ ଭିତି ପ୍ରସ୍ତର ସହ ଉଦଘାଟନ କରିଥିଲେ। ରଘୁନାଥପୁର ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରି ସହଯୋଗ କରିଥିଲେ।