April 27, 2026

ସରସ୍ବତୀ ଶିଶୁମନ୍ଦିର କଣ୍ଟାବାଡ଼ର ବାର୍ଷିକ କ୍ରୀଡ଼ା

IMG-20251125-WA0018
Share

 

ବେଗୁନିଆ ବ୍ଳକ(ଉପାନ୍ତ ଖବର ମାନସ ରଞ୍ଜନ କର) ବେଗୁନିଆ ୨୫୧୧ : ସ୍ଥାନୀୟ କଣ୍ଟାବାଡ଼ସ୍ଥିତ ସରସ୍ଵତୀ ଶିଶୁମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ଦିନ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ଶିକ୍ଷା ବିକାଶ ସମିମି ଓଡ଼ିଶାଙ୍କ ପୂର୍ବ ସମ୍ଭାଗ ସଭାପତି କୁଳମଣି ମିଶ୍ର, ଖୋର୍ଦ୍ଧା ସଂକୁଳ ପ୍ରମୁଖ ନଳିନୀକାନ୍ତ ପଣ୍ଡା, ବିଦ୍ୟାଳୟର ସଭାପତି ମାନସ ରଞ୍ଜନ ଦାଶ, ସମ୍ପାଦକ ଦିଲୀପ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମହାପାତ୍ର, ସଭ୍ୟ ସରୋଜ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଗ୍ରାମର ଇଷ୍ଟଦେବ ବାଲୁଙ୍କେଶ୍ଵର ଦେବଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଛାତ୍ରଛାତ୍ରୀମାନେ ମଶାଲ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରି ବିଦ୍ୟାଳୟରେ ପହଞ୍ଚୁଥୁଲେ। ସେଠାରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ପରେ, ସଟ୍‌ପୁଟ୍, ଥାଳିଆ ଫିଙ୍ଗା, ଲମ୍ବ ଡିଆ, ଉଚ୍ଚ ଡିଆଁ, ଦୌଡ, ମ୍ୟୁଜିକ୍‌ ଚେୟାର ଆଦି ବିଭାଗରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ ଉଦ୍‌ଯାପନୀ ଉତ୍ସବରେ ଖୋର୍ଦ୍ଧା ସଂକୁଳର ବିଦ୍ବତ ପରିଷଦ ସଭାପତି ବଂଶୀଧର ପାଣିଗ୍ରାହୀ, ବିଦ୍ୟାଳୟର କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ମହାପାତ୍ର ଅତିଥିଭାବେ ଯୋଗଦେଇଥିଲେ। ପ୍ରଧାନଆଚାର୍ଯ୍ୟ ମନରଞ୍ଜନ ପଣ୍ଡାଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା କ୍ରୀଡ଼ା ପ୍ରତିଯୋଗିତା ପରିପ୍ପଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।