March 10, 2026

ଛତ୍ରପୁର ବିଧାନସଭା ସ୍ତରୀୟ ଆତ୍ମନିର୍ଭର ଭାରତ ସଂକଳ୍ପ ସମ୍ମିଳନୀ 

IMG-20251124-WA0067
Share

          ଛତ୍ରପୁର ତା ୨୪/୧୧/୨୫(ଅରୁଣ କୁମାର ପଣ୍ଡା)ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ଛତ୍ରପୁର ବିଧାନସଭା ସ୍ତରୀୟ ସମାବେଶ, ଛତ୍ରପୁର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଆତ୍ମ ନିର୍ଭର ଭାରତର ଜିଲ୍ଲା ସହ ସଂଯୋଜକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସମାବେଶ ରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ତଥା ଆତ୍ମ ନିର୍ଭର ଭାରତ ସଂକଳ୍ପର ରାଜ୍ୟ ସଂଯଯୋକ ସାରଦା ପ୍ରସାଦ ଶତପଥୀ, ରାଜ୍ୟ ସହ ସଂଯୋଜିକା ତଥା ରାଷ୍ଟ୍ରୀୟ ସୋସିଆଲ ମିଡ଼ିଆ ସଂଯୋଜକ

ସୁଜାତା ପାଢ଼ୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ପୂର୍ବତନ ଉପବାଚଷ୍ପତି ରାମ ଚନ୍ଦ୍ର ପଣ୍ଡା, ବିଜେପି ଜିଲ୍ଲା ସଭାପତି ସରୋଜ କୁମାର ସାବତ, ଆତ୍ମ ନିର୍ଭର ଶିଳର ଜିଲ୍ଲା ସଂଯୋଜକ ମଧୁସ୍ମିତା, ଜିଲ୍ଲା ବିଜେପି ସମ୍ପାଦକ ଲକ୍ଷ୍ମୀ ଚରଣ ପଣ୍ଡା, ଛତ୍ରପୁର ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ପାଢ଼ୀ ଯୋଗଦେଇପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଓ ସଶକ୍ତ ଭାରତ ଗଠନ ପାଇଁ ଅର୍ଥନୈତିକତା କ୍ଷେତ୍ରରେ ସ୍ୱଭାଲମ୍ବୀ ହେବାକୁ ନେଇଥିବା ସଂକଳ୍ପକୁ ଘରେ ଘରେ ପହଁଚାଇବା ପାଇଁ ଆହ୍ବାନ ଦେଇଥିଲେ l ସ୍ୱଦେଶୀ ବ୍ୟବହାର କରିବା ପାଇଁ ସଂକଳ୍ପପତ୍ର ପଠନ କରାଯାଇଥିଲା l ଏହି ସମାବେଶରେ ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପ୍ରଧାନ, ରଘୁନାଥ ସାହୁ, କାନକେୟା ରେଡ୍ଡୀ,ଯୁବ ନେତା ବନଜ ନାହାକ, ରବୀନ୍ଦ୍ର କୁମାର ନାହାକ, ଧର୍ମା ରେଡ୍ଡୀ,

ଜିଲ୍ଲା ଉପସଭାପତି ରଶ୍ମିରାଣୀ ମହାପାତ୍ର, ସାଂସଦ ପ୍ରତିନିଧି ରୁଈନା ପଟ୍ଟନାୟକ, ଓକିଲ ବ୍ରଜ ମୋହନ ଆଚାର୍ଜ୍ୟ,ପି ଧର୍ମା ରେଡ୍ଡୀ,ପଦ୍ମ ଚରଣ ସାହୁ, ଶ୍ରମିକ ନେତା N ଦୁର୍ଯୋଧନ ରେଡ୍ଡୀ,ଯୁବ ନେତା ଶ୍ରୀଧର ବେହେରା, ଶିଶିର କୁମାର ପ୍ରଧାନ,କଣମଣା ମଣ୍ଡଳୀ ସଭାପତି ଏନ. ଦିନବନ୍ଧୁ ରେଡ୍ଡୀ, ଟାଙ୍ଗଣାପଲ୍ଲୀ ମଣ୍ଡଳ ସଭାପତି ସମ୍ପଦ ନାହାକ, ଭିକାରିପଲ୍ଲୀ ମଣ୍ଡଳ ସଭାପତି ଲୋକନାଥ ରେଡ୍ଡୀ,

ଗଞ୍ଜାମ ମଣ୍ଡଳ ସଭାପତି ଭଗବାନ ପ୍ରଧାନ, ହୂମ୍ମା ମଣ୍ଡଳ ସଭାପତି ଧ୍ରୁବ ଚରଣ ପଲେଇ, ସନ୍ତୋଷପୁର ମଣ୍ଡଳ ସଭାପତି ଟୁକୁନା ସାହୁ, ରମ୍ଭା ମଣ୍ଡଳ ସଭାପତି ଘନଶ୍ୟାମ ବେହେରା,ସମେତ ଆତ୍ମନିର୍ଭର ଶିଳର ପଦାଧିକାରୀ ସହ ଏକ ହଜାରରୁ ଉର୍ଦ୍ଧ ବିଭିନ୍ନ ବର୍ଗର ଲୋକେ ମାନେ ଉପସ୍ଥିତ ଥିଲେ l

ଆତ୍ମ ନିର୍ଭରଶିଳ ଛତ୍ରପୁର ମଣ୍ଡଳ ସଂଯୋଜକ ରଘୁନାଥ ରେଡ୍ଡୀ ଧନ୍ୟବାଦ ଅର୍ପଣକରିଥିଲେ l