March 10, 2026

ଶ୍ରୀ ଅରବିନ୍ଦଙ୍କ ୧୦୦ତମ ସିଦ୍ଧି ଦିବସ ପାଳିତ

IMG-20251124-WA0045
Share

ବୁଗୁଡ଼ା : ତା ୨୪/୧୧/୨୫ : ସ୍ଥାନୀୟ ଶ୍ରୀ ଅରବିନ୍ଦ

ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ବପରିସରରେ ଶ୍ରୀ

ଅରବିନ୍ଦଙ୍କ ୧୦୦ତମ ସିଦ୍ଧି ଦିବସ ପାଳିତ ହୋଇଯାଇଛି।

ଏ ଅବସରରେ ପ୍ରାତଃ କାଳରେ ମନ୍ତ୍ରଜପ ଓ ପୂର୍ବାହ୍ନରେ

ମାତୃ ପତାକା ଉତ୍ତୋଳନ ସହ ଶିକ୍ଷାକେନ୍ଦ୍ରର ସଭାପତି ୟୁ. ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କ ପୌରହିତ୍ୟରେ ଏକ ସଭାକାର୍ଯ୍ୟ

ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ ମାତୃପ୍ରେମୀ ଟି.ସୁଦର୍ଶନ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ କରିବା ସହ ମହାଯୋଗୀ ଶ୍ରୀ ଅରବିନ୍ଦଙ୍କ ସିଦ୍ଧି ପ୍ରାପ୍ତ ସମ୍ପର୍କେ ଆଲୋକପାତ କରିଥିଲେ । ଏଥି ସହ ଛାତ୍ରଛାତ୍ରୀମାନେ ମଧ୍ୟ ଶ୍ରୀ ଅରବିନ୍ଦଙ୍କ ସମ୍ପର୍କେ ସ୍ବ ସ୍ବ ଅଭିଭାଷଣ ରଖିଥିଲେ । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ହରିହର ମହାରଣା ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟତ୍ରୀ ରଶ୍ମିତା ପାଢୀ, ଚନ୍ଦନା ମହାରଣା, ଧରିତ୍ରୀ ମହାପାତ୍ର, ରାଜେଶ୍ବରୀ ମହାନ୍ତି, ବର୍ଷାରାଣୀ ବିଷୋୟୀ, ସାଗରୀ ବେହେରା, ପ୍ରିୟାଙ୍କା ବାରିକ, ପୂଜା ଦାଶ ଓ ଅନୀତା ବେହେରା ପ୍ରମୁଖ ପରିଚାଳନା କରିଥିବା ବେଳେ ପ୍ରାରମ୍ଭରେ ଶିକ୍ଷକ ପ୍ରଶାନ୍ତ କୁମାର ଦାଶ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଶିକ୍ଷକ ବାଲ୍ମିକୀ ପାଣି ଧନ୍ୟବାଦ ଅର୍ପଣ କରିଥିଲେ।