April 24, 2026

ସ୍ବେଛାସେବୀ ଅନୁଷ୍ଠାନ ଅନ୍ବେଷଣର ପଞ୍ଚମ ବାର୍ଷିକ ଶିଶୁ ମହୋତ୍ସବ ଆୟୋଜିତ..

IMG-20251122-WA0029
Share

 

ସ୍ବେଛାସେବୀ ଅନୁଷ୍ଠାନ ଅନ୍ବେଷଣର ପଞ୍ଚମ ବାର୍ଷିକ ଶିଶୁ ମହୋତ୍ସବ ସ୍ଥାନୀୟ ନୀଳାଚଳ ଅର୍ବାନ ହାଟ ପରିସରରେ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ଶୀତୁଆ ସନ୍ଧ୍ୟାରେ ଅର୍ବାନ ହାଟ ପରିସର ବେଶ ଚଳାଚଞ୍ଚଳ ହୋଇଯାଇଥିଲା । କେଉଁଠି ସୁନ୍ଦର ରଙ୍ଗୋଲି ତ କେଉଁଠି ପିଲାଙ୍କ ହାତରେ ସଜ୍ଜିତ ସେଲ୍ଫି ଷ୍ଟାଣ୍ଡ । କୁନିକୁନି ପିଲାଙ୍କ ଉତ୍ସାହ ଉଦ୍ଦୀପନା ସହ ମନଛୁଆଁ କାର୍ଯ୍ୟକ୍ରମ ସମସ୍ତଙ୍କୁ ଚମତ୍କୃତ କରିଥିଲା । ସକାଳ ସମୟରେ ପିଲାମାନେ ହାତରେ ପ୍ଲାକାର୍ଡ ଧରି ଶିଶୁ ସୁରକ୍ଷା ସଚେତନତା ଶୋଭାଯାତ୍ରା ପୁରୀ ରେଳୱେ station puri nilachal orban ହାଟ ପର୍ଯ୍ୟନ୍ତ ପରିକ୍ରମା କରିଥିଲେ । ଅପରାହ୍ନରେ ନୀଳାଚଳ ଅର୍ବାନ ହାଟ ପରିସରରେ ପିଲାଙ୍କ କର୍ମଶାଳା ଆୟୋଜନ କରାଯାଇଥିଲା । ଅଭିଜ୍ଞ ପ୍ରଶିକ୍ଷକ ମାନେ ପିଲାମାନଙ୍କୁ ବର୍ଜ୍ୟବସ୍ତୁର ସୁଫଳ ବ୍ୟବହାର ସମ୍ପର୍କିତ ବିଭିନ୍ନ ଘରକରଣା ସାମଗ୍ରୀ, ସାଜସଜ୍ଜା ସାମଗ୍ରୀ ପ୍ରସ୍ତୁତ କରିବା ଶିଖାଇଥିଲେ । ପିଲାମାନେ ବହୁତ ଆଗ୍ରହର ସହକାରେ ଶିକ୍ଷା ଗ୍ରହଣ କରି ଆକର୍ଷଣୀୟ ଜିନିଷ ପ୍ରସ୍ତୁତ କରିଥିଲେ । ବର୍ଷତମାମ ପିଲାମାନେ ପ୍ରସ୍ତୁତ କରିଥିବା ପଞ୍ଚଗବ୍ୟ ସାମଗ୍ରୀ, କାଗଜ କଳା ଓ କ୍ରାଫ୍ଟ ସାମଗ୍ରୀ ସବୁ ପ୍ରଦର୍ଶିତ ହୋଇଥିଲା ଯାହା ସମସ୍ତଙ୍କୁ ଆକର୍ଷିତ କରିଥିଲା । ସନ୍ଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଉଦ୍ଘାଟନୀ ସଭାରେ ଅନୁଷ୍ଠାନର ସମ୍ପାଦକ ବାର୍ଷିକ ବିବରଣୀ ପ୍ରଦାନ ପୂର୍ବକ ପାଠ ପଢିବାକୁ ସୁଯୋଗ ପାଉନଥିବା ପିଲାମାନଙ୍କ ପାଇଁ ବର୍ଷତମାମ ଚାଲୁରଖିଥିବା ପ୍ରୟାସ ବିଷୟରେ ଅନୁଷ୍ଠାନ ର ସଦସ୍ୟ ସନ୍ତୋଷ କୁମାର ରାଉତ ଜଣାଇଥିଲେ । ଏହି ବର୍ଷ ଗୋଟିଏ ପିଲା କ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ସହକାରେ ପାସ କରିଥିବା ବେଳେ ଅନେକ ପିଲା ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ପାଇଁ ପୁରସ୍କୃତ ହୋଇଥିବା ଜଣାଇଥିଲେ । ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ. ଡକ୍ଟର ସୌଭାଗ୍ୟ ରଞ୍ଜନ ସାହୁ ପୂର୍ବତନ ଛତ୍ରପୁର କଲେଜ ଡକ୍ଟର ଅଧକ୍ଷ,ଚିତ ରଞ୍ଜନ ପୁରୀ SCS collage principal,DIPRO,Santosh Sethi ,Dr Madhumita Das,iccw,DCPO Manoj Tripathy, SANYOG Secretary minu Mohanty ଏବଂ director Prashant palta Shing, social worker Dipti Das,

thi Bel ର ଅଧ୍ୟକ୍ଷ Sidhart Roy, ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ଉଦ୍ଘାଟନୀ ସଭାରେ ଅନୁଷ୍ଠାନକୁ ସହଯୋଗ କରୁଥିବା ବ୍ୟକ୍ତିବିଶେଷ ଓ ସ୍ବେଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହାପରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନେ ଅତି ଉଚ୍ଚକୋଟୀର ନୃତ୍ୟ ସଙ୍ଗୀତ ପ୍ରଦର୍ଶନ କରି ସମସ୍ତଙ୍କ ମନ ମୋହିଥିଲେ । ପରିଶେଷରେ ରତ୍ନାକର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପଂକ୍ତି ଭୋଜନ ସହ ପିଲାମାନେ ପୁରାଦିନଟିକୁ ଉପଭୋଗ କରିଥିଲେ ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ