ଜାଭିୟର୍ସ ପବ୍ଲିକସ୍କୁଲ ରେ କୁଇଜ ପ୍ରତିଯୋଗିତା ..
ତିର୍ତ୍ତୋଲତା 22/11/2025 ତିର୍ତ୍ତୋଲ ବ୍ଲକ, ମୂଳିସିଂହ, ସହରହାଟ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ, ବିଦ୍ୟାର୍ଥୀ ମାନଙ୍କ ସାଧାରଣଜ୍ଞ୍l ନ ବୃଦ୍ଧିପାଇଁ, ଗତ ଶନିବାର ଦିନ ଏକ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ନିର୍ଦ୍ଦେଶକ ବିକ୍ରମ କୁମାର ଜେନା ଏହି ଦଳଗତ କୁଇଜ ପ୍ରତିଯୋଗିତା ର ନିୟମାବଳୀ ସମ୍ପର୍କ ରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ l ଉପସ୍ଥିତ ବିଦ୍ୟାର୍ଥୀ ମାନଙ୍କୁ, ହଳଦିଆ, ସବୁଜ, ଲାଲ ଓ ନୀଳରଙ୍ଗରେ ଚାରିଭାଗରେ ବିଭକ୍ତ କରାଯିବାପରେ, କୁଇଜମାଷ୍ଟର ଶିକ୍ଷୟତ୍ରୀ ପ୍ରିୟଙ୍କା ମଣ୍ଡଳ ଏହି ପ୍ରତିଯୋଗିତା କୁ ପରିଚାଳନା କରିଥିଲେ l ଅଂଶଗ୍ରହଣ କାରୀ ଦଳକୁ କୋଡିଏ ଟି ପ୍ରଶ୍ନ ପଚରାଯାଇଥିଲା l ଅଧ୍ୟକ୍ଷା ଜ୍ୟୋତିର୍ମୟୀ ମହାରଣା, ଶିକ୍ଷୟତ୍ରୀ ସୁଦେଷ୍ଣା ଦାସ,ମୋନାଲିସା ଭଟ୍ଟ ଓ ଶିକ୍ଷକ ଅଶୋକ କୁମାର ବେହେରା ଏହି କାର୍ଯ୍ୟକ୍ରମ ର ପରିଚାଳନା ଓ ମୂଲ୍ୟାୟନ କରିବା କ୍ଷେତରେ ସହଯୋଗ କରିଥିଲେ l ଏଥିରେ ହଳଦିଆ ପ୍ରଥମ, ସବୁଜ ଦ୍ୱିତୀୟ ଓ ଲାଲ ତୃତୀୟ ସ୍ଥାନ ଲାଭକରିଥିଲେ l ପୁରସ୍କାର ବିତରଣୀ ସଭାରେ ପ୍ରାକ୍ତନ ଅଧ୍ୟାପକ ବାଗ୍ମୀ ହିମାଂଶୁ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ, ଭୁଲିଯିବା ସହଜ ମାତ୍ର ମନେରଖିବା କଷ୍ଟସାଧ୍ୟ ବୋଲି କହିବା ସହିତ ବିଜୟୀଦଳ କୁ ଶୀଲ ଓ ଟ୍ରଫି ପ୍ରଦାନ କରିଥିଲେ l ଶେଷରେ ମିନତୀ ଦାସ ଧନ୍ୟବାଦ ଦେଇଥିଲେ l
