April 24, 2026

ପାରଳାଖେମୁଣ୍ଡି ପୋଲିସ କୁ ମିଳିଛି ବଡ଼ ସଫଳତା ଦୁଇ ଚୋର ଗିରଫ……ସ୍ପଷ୍ଟ ଦିବା ଲୋକରେ ଚୋରି ଉଦ୍ୟମ ବିଫଳ 

IMG-20251122-WA0026
Share

 

ପାରଳାଖେମୁଣ୍ଡି:୨୨/୧୧(ଗରୁଡ ଧ୍ୱଜ ଚୌଧୁରୀ) ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ଦିନରେ ଚୋରି କରୁଥିବାବେଳେ ୨ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ଆମ ଗଜପତି ଜିଲ୍ଲା ପ୍ରତିନିଧି ଙ୍କୁ ସୂଚନା ପ୍ରଦାନ କରିଛନ୍ତି ଯେ, ରାଣୀପେଣ୍ଠ ଗ୍ରାମର ସିଂହନଗର ଅଞ୍ଚଳର କଣ୍ଠମ ସିଂହାଦ୍ରି (୪୩) ନାମକ ଜଣେ ଅଟୋ ଚାଳକ ନିଜ ଘରେ କେହି ନଥୁବାରୁ ତାଲା ପକାଇ କାମରେ ବାହାରିଥିଲେ।ତାଙ୍କ ସ୍ତ୍ରୀ ଏକ ଘରୋଇ ବିଦ୍ୟାଳୟରେ କାମ କରୁଥିବାରୁ ଡ୍ୟୁଟିରେ ଯାଇଥିଲେ। ତାଙ୍କ ଛୁଆ ମାନେ ମଧ୍ୟ ସ୍କୁଲକୁ ଯାଇଥିଲେ। ଏହାର ସୁଯୋଗ ନେଇ ୨ଜଣ ଦୁର୍ବୃତ୍ତ ମଧ୍ୟାହ୍ନ ସମୟରେ ଘର ମୁଖ୍ୟ ଫାଟକର ତାଲା ଭାଙ୍ଗି ଘରେ ପଶି ଆଲମିରା ଭାଙ୍ଗି ଚୋରି କରିଥିଲେ। ପ୍ରାୟ ଅଧାଘଣ୍ଟା ପରେ ସିଂହାଦ୍ରି ଘରକୁ ଫେରି ଆସିଥିଲେ। ତାଲା ଭଙ୍ଗାଯାଇଥିବା ଦେଖି କାଳବିଳମ୍ବ ନକରି ସେ ଚୋରି ସନ୍ଦେହ କରି ପାଖ ପଡ଼ୋଶୀଙ୍କୁ ଡାକ ପକାଇଥିଲେ। ପଡୋଶୀ ମାନେ ସେଠାରେ ପହଞ୍ଚି ପାରଳା ଥାନାକୁ ଜଣାଇଥିଲେ।ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ପହଞ୍ଚି ଗ୍ରାମବାସୀଙ୍କ ସାମ୍ନାରେ ଘର କବାଟ ଖୋଲି ଦୁଇ ଚୋରଙ୍କୁ କାବୁ କରିଥିଲେ। ଏହି ଦୁଇ ଜଣ ଚୋର ହେଲେ ପାରଳା ସହରର ସଞ୍ଜୟ ଗାନ୍ଧୀ କଲୋନୀର ଏମ.ତେଣ୍ଟି (27)ଓ ଦୋଳବନ୍ଧ ସାହିର ଏନ.ନାଗରାଜ (31), ଘଟଣା ସ୍ଥଳରେ ସେମାନଙ୍କ ଠାରୁ ୩ ତୋଳା ସୁନାଗହଣା,୧୦ ତୋଳା ଚାନ୍ଦି ଗହଣା,ନଗଦ ରାଶି ୨୦ ହଜାର ଟଙ୍କା ଚୋରି ସାମଗ୍ରୀ ପୋଲିସ ଜବତ କରିଥିଲେ। ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁ ରହିଥ‌ିବା ପାରଳା ଥାନା ଆଇଆଇସି ସୂଚନା ପ୍ରଦାନ କରିଛନ୍ତି।