March 11, 2026

କୋଣାର୍କ ପଥୋତ୍ସବ ପାଇଁ ମାସ୍କଟ୍ ଚିତ୍ରା ଉଦ୍ଘାଟିତ ) ଶ୍ରେଷ୍ଠ ପ୍ରଥମ ପ୍ରତିଯୋଗୀଙ୍କୁ ୧ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ

IMG-20251116-WA0027
Share

        କୋଣାର୍କ :- କୋଣାର୍କ ପଥୋତ୍ସବ କମିଟି ପକ୍ଷରୁ ଏକ ବୈଠକ ର ଆୟୋଜନ କୋଣାର୍କ ଏନଏସିର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଥିଲା l ଏଥିରେ କୋଣାର୍କ ପଥୋତ୍ସବ ପାଇଁ ମାସ୍କଟ୍ ଚିତ୍ରା ଉଦ୍ଘାଟିତ ହୋଇଥିଲା l ଉକ୍ତ ଉତ୍ସବ ଟି ଆସନ୍ତା ମାସ ୬ତାରିଖ ଅନୁଷ୍ଠିତ ହେଵ l ଉକ୍ତ ଉତ୍ସବ ରେ ପଲ୍ଲୀ ଠାରୁ ଦିଲ୍ଲୀ ର କଳାକାରମାନେ ଅଂଶଗ୍ରହଣ କରିବାପାଇଁ ଅନୁମତି ପ୍ରଦାନ କରୁଛନ୍ତି l ମୁଖ୍ୟତଃ ଗ୍ରାମାଞ୍ଚଳର ଲୋକକଳା, ପାରମ୍ପରିକ ନୃତ୍ୟ ଦଳର ପ୍ରାୟ ୨ ଶହରୁ ଉର୍ଦ୍ଧ ନିମାପଡା, ଗୋପ, କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର କଳାକାର ପଥ ଉତ୍ସବରେ ସାମିଲ । ଶ୍ରେଷ୍ଠ ପ୍ରତିଯୋଗିମାନଙ୍କ ଙ୍କ ପାଇଁ ୧ ଲକ୍ଷ ଟଙ୍କାର ପୁରସ୍କାର ବ୍ୟବସ୍ଥା କରାଯାଇଛି । ଗ୍ରାମାଞ୍ଚଳରେ ଲୁକ୍କାୟୀତ ପ୍ରତିଭାର ମହାସମାରୋହ ହେବ । ପ୍ରାୟ ୨/୩ କି.ମି. ପର୍ଯ୍ୟନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବା ସହିତ ଦିନ ୩ ଟା ରାତ୍ରି ୯ ଟା ପର୍ଯ୍ୟନ୍ତ ଚାଲିବ । ଉକ୍ତ ପ୍ରସ୍ତୁତି ବୈଠକ ରେ ସମାଜସେବୀ ଅଶୋକ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ଅଞ୍ଚଳ ର ବିଶିଷ୍ଟ ରାଜ ନେତା ରାଜଶୋର ମହାପାତ୍ର, ଅର୍କଶ୍ରୀ ସମ୍ପାଦକ ଉମେଶ ସ୍ଵାଇଁ, ସାମ୍ବାଦିକ ସଚ୍ଚିଦାନନ୍ଦ ଗୋଚ୍ଛାୟତ, ପ୍ରତାପ କାଣ୍ଡି, ଜ୍ଞାନରଞ୍ଜନ ବିଶ୍ୱାଳ, ଭାଷାବିତ୍ ପ୍ରତାପ ସାବୁତ, ରାଜନେତା ପ୍ରତାପ ଗୋଛାୟତ, ରିତା ମିଶ୍ର, ପ୍ରଭୁତି ବ୍ୟକ୍ତି ବିଶେଷ ମାନେ ଅଂଶଗ୍ରହଣ କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ