ବାର୍ଷିକ ଉତ୍ସବ ପାଳନ ନିମନ୍ତେ କ୍ରୀଡା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତା ଅନୁଷ୍ଠିତ
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ବାର୍ଷିକ ମହୋତ୍ସବ ପାଳିତ ହେଉଛି l ଏହି ଅବସରରେ ପ୍ରାୟ କୋଡିଏରୁ ଅଧିକ ଖେଳ ତଥା ପନ୍ଦର ରୁ ଅଧିକ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଆଜି ଉତ୍ସବର ପଞ୍ଚମ ଦିନରେ ଛାତ୍ରୀମାନଙ୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଛି l
ଅନ୍ତିମ ଦିବସରେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଏଥିରେ ଯୋଗଦାନ କରି କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସଂସଦର ସମ୍ପାଦକ ନିଗମ ପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି l
ଏହି କାର୍ଯ୍ୟକ୍ରମର ସମସ୍ତ ଶ୍ରେୟ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡାଃ ବିପିନ ବିହାରୀ ଖୁଣ୍ଟିଆ ଙ୍କୁ ଛାତ୍ରସଂସଦ ର ସମ୍ପାଦକ ସୁବ୍ରତ କୁମାର ସାମଲ ପ୍ରଦାନ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
