April 25, 2026

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ,

hand
Share

ବେଲଗୁଣ୍ଠା, 15/11,ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା କାଳିଆଗୁଡ଼ା ଗାଁ ନିକଟରେ ଅଜଣାଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ ହୋଇଛି ।ମୃତ ମହିଳା ଜଣକ ହେଲେ ଜଗନ୍ନାଥପ୍ରସାଦ ବ୍ଲକ କୁଶପଲ୍ଲୀ ଗ୍ରାମର ଅନୁଛାୟା ପ୍ରଧାନ ୨୬ ବର୍ଷ । ଅନୁଛାୟା ଗତ କିଛି ମାସ ହେଲା ବାପା ଘର କାଳିଆଗୁଡ଼ା ଗ୍ରାମକୁ ଆସି ବାପାଙ୍କୁ ଚାଷ କାମରେ ସହଯୋଗ କରୁଥିଲେ । ଶୁକ୍ରବାର ଅପରାହ୍ନ ସମୟରେ ଅନୁଛାୟା ଚାଷ ଜମିରୁ ଘରକୁ ଫେରୁଥିବା ବେଳେ ଏକ ଚାରି ଚାକିଆ ଯାନ ଦୃତ ଗତିରେ ଆସି ମହିଳାଙ୍କୁ ଧକ୍କା ଦେବାରୁ ଗୁରୁତର ଭାବେ ଆହତ ହୋଇ ରାସ୍ତା କଡ ଚାଷ ଜମିକୁ ଛିଟିକି ପଡ଼ିଥିଲେ । ଗାଡ଼ିର ଡ୍ରାଇଭର ମହିଳାଙ୍କୁ ଉଦ୍ଧାର କରିବା ପରେ ଅବସ୍ଥା ଗୁରୁତର ଥିବା ଦେଖି ମେଡିକାଲ ନେବା ପରିବର୍ତ୍ତେ ଗାଡ଼ି ଧରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା।ସ୍ଥାନୀୟ ଲୋକେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ସକାଳୁ ଶବ ବ୍ୟବଛେଦ କରାଯିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଖବରପାଇ ଗାଙ୍ଗପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୩୯୭/୧୧ ରେ ଏକ ମାମଲା ରୁଜୁ କରିବା ସହ ଏସ ଆଇ ଅଜୟ କୁମାର ମଲିକ ତଦନ୍ତ କରିବା ସହ ଅଜଣାଗାଡ଼ିର ଅନୁସନ୍ଧାନ ଚଳାଇଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ