April 26, 2026

କଳିଙ୍ଗ ପରମ୍ପରା ଓ ନୌବାଣିଜ୍ୟ ସଂସ୍କୃତି ଉପରେ ଆଲୋଚନା ଅନୁଷ୍ଠିତ

IMG-20251105-WA0087
Share

 

 

ଛତ୍ରପୁର ତା ୫/୧୧/୨୫(ଅରୁଣ କୁମାର ପଣ୍ଡା )ସୃଜନ ସାହିତ୍ୟ ସଂସ୍କୃତି ସଂସଦ, ଛତ୍ରପୁର ତରଫରୁ କବି ଡ଼ଃ.ପ୍ରଶାନ୍ତ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ କାର୍ଯ୍ୟାଳୟ ଠାରେ କାର୍ତ୍ତିକ ପୂର୍ଣ୍ଣିମା ତଥା ଆମ ଐତିହ୍ୟ, ସଂସ୍କୃତି, କଳିଙ୍ଗର ପରମ୍ପରା, ଓ ନୌବାଣିଜ୍ୟ ସଂସ୍କୃତି ଉପରେ ଆଲୋଚନା ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଡ଼ଃ. ପ୍ରମୋଦ କୁମାର ପୃଷ୍ଟି, ସମ୍ମାନୀତ ଅତିଥିଭାବେ ପ୍ରାକ୍ତନ ବିଧାୟକ ଶ୍ରୀଯୁକ୍ତ ଅଶୋକ ଚୌଧୁରୀ, ଶିକ୍ଷାବିତ୍ ନିରଞ୍ଜନ ତ୍ରିପାଠୀ, ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ସୁରେନ୍ଦ୍ର ନାଥ ପାଢ଼ୀ, ସଭାପତି ଡ଼ଃ. ପ୍ରଶାନ୍ତ କୁମାର ଶତପଥୀ, ସମ୍ପାଦକ ସୋମନାଥ ସାହୁ ମଞ୍ଚାସିନ ହୋଇଥିଲେ l ମୁଖ୍ୟ ଅତିଥି ଶ୍ରୀ ପୃଷ୍ଟି ନିଜ ଅଭିଭାଷଣରେ କଳିଙ୍ଗର ନୌବାଣିଜ୍ୟ ତଥା ବିଦେଶରେ ଓଡ଼ିଆ ସାଧବ ପୁଅଙ୍କ ବାଣିଜ୍ୟ ନୀତି ଉପରେ ବିଶେଷ ଆଲୋକପାତ କରିଥିଲେ l ସମ୍ମାନୀତ ଅତିଥିମାନେ ଆଜି ଦିନର ମହତ୍ତ୍ୱ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ l କବି ନିରଞ୍ଜନ ତ୍ରିପାଠୀ, ଶରତ ମହାପାତ୍ର, ବାସନ୍ତିଲତା ସ୍ୱାଇଁ, ବିନୋଦିନୀ ନାୟକ,ଶୈଳବାଳା ପାଣିଗ୍ରାହୀ, ଉମାକାନ୍ତ ବେହେରା, ଯତିରାଜ ନାୟକ, ବଳରାମ ପଲେଇ, ଟି. ରାମାନୁଜ ଦାସ, ସନ୍ତୋଷ ବଡ଼ତ୍ୟା, ବିଜୟ ରାଉଳ, ଜି. ପାପା ରାଓ, ଅଶ୍ୱିନୀ ଚୌଧୁରୀ, ସୁଧାରଣୀ ମିଶ୍ର, ଚିତ୍ତରଞ୍ଜନ ପଣ୍ଡା , ରାମଚନ୍ଦ୍ର ନନ୍ଦ, ନରେନ୍ଦ୍ର ପଣ୍ଡା , ଦୁର୍ଗା ଚରଣ ପଲାଇ, ତ୍ରିନାଥ ସାହୁ, ଟଙ୍କଧର ଛଟାଇ, ପ୍ରଣତି ପଢାଳ, ବିଜୟ ନାୟକ, ରୀତା ରଥ, ଅଜିତ ସେଠୀ, ପି. ଆଦେୟା, ବସନ୍ତ ବେହରା, ଯୋଗ ଦେଇ ସ୍ୱରଚିତ କବିତା ପଠନ କରିଥିଲେ l ପ୍ରଶାନ୍ତ ଶତପଥୀ କାର୍ଯ୍ୟକ୍ରମର ସଂଯୋଜନା , ସୁଦ୍ଧାଞ୍ଜଳି ମିଶ୍ର କବିତା ଆସରର ସଂଯୋଜନା ଏବଂ ଶିଶୁକବି ନିରଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l