June 14, 2026

ଦୁର୍ନୀତି ନିବାରଣ ସଚେତନତା ପାଇଁ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ବାରା ରାଲି ଅନୁଷ୍ଠିତ

IMG-20251030-WA0060
Share

 

 

ଅନୁଗୋଳ,ତା.୩୦.୧୦:– ଅକ୍ଟୋବର ୨୭ ତାରିଖରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ମିଶନ ଶକ୍ତି, ଅନୁଗୋଳ ଦ୍ବାରା ଦୁର୍ନୀତି ନିବାରଣ ସଚେତନତା ଏକ ରାଲି ଆୟୋଜନ କରାଯାଇଥୁଲା । ଏହି ରାଲିରେ ମିଶନ ଶକ୍ତି ସଦସ୍ୟାମାନେ ଦୁର୍ନୀତି ନିବାରଣ ବିଭିନ୍ନ ପ୍ଲ-କାର୍ଡ ପ୍ରଦର୍ଶନ ସହ ସ୍ଲୋଗାନ ଦେଇଥିଲେ । ଏହି ରାଲି ଜିଲ୍ଲା କାର୍ଯ୍ୟାଳୟ ଠାରୁ ବାହାରି ରାଜା ଛକ, ଡିଆଇସି ଛକ, ହେମସୁରପଡା ଦୁର୍ଗାମଣ୍ଡପ ଛକ, ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ଦେଇ ଜିଲ୍ଲା କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ଏହି କାର୍ଯ୍ୟକ୍ରମରେ ଭିଜିଲିନାସ୍ ଡି ଏସ୍ପି ଶ୍ରୀ ପ୍ରଦୀପ କୁମାର ସାମଲ, ଜିଲ୍ଲା ସମାଜ ମଙ୍ଗଳ ଅଧୂକାରିଣୀ ଶ୍ରୀମତୀ ନିରୁପମା ପାଣି, ଓଡିଶା ଜିବୀକା ମିଶନ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଫ୍ରନ୍‌ଶିସ୍ ବାର୍ଲା, ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶ୍ରୀ ଲମ୍ବୋଦର ବାସ୍କେ, ଭିଜିଲିନାସ୍ ଇନିସ୍‌ସ୍ପେକ୍ଟର ଶ୍ରୀମତୀ ଊର୍ମିଳା ଲାକ୍ରା, ଭିଜିଲିନାସ୍ ଏ ଏସ୍ ଆଇ ଶ୍ରୀ ରୁଦ୍ର ନାରାୟଣ ବିଶ୍ବାଳ, ଅନୁଗୋଳ ଓ ବଅଁରପାଳ ବ୍ଳକର ପ୍ରାୟ ୨୫୦ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରମୁଖ ଯୋଗ ଦେଇଥିଲେ।

You may have missed