ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ଅଧ୍ୟକ୍ଷ ନଳିନୀକାନ୍ତ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧନା..
ତିର୍ତ୍ତୋଲ 30/10/2025 ଜିଲ୍ଲାର ଅଗ୍ରଣୀ ସାହିତ୍ୟନୁଷ୍ଠାନ ଜଗତସିଂହପୁର ସାରସ୍ୱତ ପରିଷଦ ତରଫରୁ, ତିର୍ତ୍ତୋଲ ସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ରେ କିଛିଦିନ ପୂର୍ବରୁ ଅଧ୍ୟକ୍ଷ ଭାବେ ଦାଇତ୍ୱ ଗ୍ରହଣ କରିଥିବା, ଦର୍ଶନ ବିଭାଗ ର ପ୍ରାଧ୍ୟାପକ ନଳିନୀକାନ୍ତ ପଟ୍ଟନାୟକ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଛି l ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପରିଷଦ ର ପ୍ରତିଷ୍ଠାତା ସଭାପତି ତଥା ବିଶିଷ୍ଟ ସ୍ତମ୍ଭକାର ହିମାଂଶୁ ଆଚାର୍ଯ୍ୟ, ଶ୍ରୀ ପଟ୍ଟନାୟକ ଜଣେ ଆଦର୍ଶ ପ୍ରାଧ୍ୟାପକ ଓ ଦକ୍ଷପ୍ରଶାସକ ବୋଲି ମତବ୍ୟକ୍ତ କରିବା ସହିତ, ତାଙ୍କ ଦ୍ୱାରା ଏହି କଲେଜର ଶୈକ୍ଷିକ ବ୍ୟବସ୍ଥା ର ବିକାଶ ହେବବୋଲି ଦୃଢ଼ ଆସ୍ଥା ପ୍ରକଟ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପରିଷଦ ର ସମ୍ପାଦକ ଙ୍କ ସମେତ ଅଧ୍ୟାପକ ଦୀପକ କୁମାର ସିଂହ,j ଅଧ୍ୟାପକ କିଶୋର କୁମାର ନାୟକ, ଅଧ୍ୟାପିକା ସାଗରୀକା ପୃଷ୍ଟି,, ଅଧ୍ୟାପିକା ପ୍ରିତୀମୟୀ ନାୟକ ଓ ଅବସରପ୍ରାପ୍ତ କର୍ମଚାରୀ ଅଶୋକ କୁମାର ସାହୁ ପ୍ରମୁଖ ସାମିଲ ହୋଇଥିବାର ଦେଖାଯାଇଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଓଡିଶା
