April 29, 2026

ବରଗଡରେ କାର କାଚ ଭାଂଗି ୨୦ ଲକ୍ଷ ଲୁଟ

IMG-20251029-WA0091
Share

 

 

ବରଗଡ ଗାନ୍ଧୀ ଛକରେ ଅଭାବନୀୟ ଘଟଣା ଘଟିଛି। କାର୍‌ କାଚ ଭାଙ୍ଗି ୨୦ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ହୋଟେଲରେ ଖାଇବା ସମୟରେ କିଛି ଦୁର୍ବୁତ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କିଛି ଯୁବକ ଗାନ୍ଧୀ ଛକରେ ଥିବା ଏକ ହୋଟେଲକୁ ଖାଇବାକୁ ଯାଇଥିଲେ। ବରଗଡ ଏସ୍‌ବିଆଇରୁ ୧୫ ଲକ୍ଷ ଏବଂ ଏଟିଏମ୍‌ରୁ ୫ ଲକ୍ଷ ଉଠାଇଥିଲେ। ବ୍ୟକ୍ତିମାନେ କାର୍‌ର ଆଗ ସିଟ୍ ତଳେ ଟଙ୍କା ରଖି ଖାଇବାକୁ ଯାଇଥିଲେ। ଏତିକିବେଳେ କିଛି ଦୁର୍ବୁତ୍ତ ଆସି କାର୍ କାଚ ଭାଙ୍ଗି ଟଙ୍କା ଲୁଟି ନେଇଥିଲେ। ଏ ନେଇ ଯୁବକମାନେ ଥାନାରେ ଅଭିଯୋଗ କରିଥିଲେ। ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।(ସୁରେନ୍ଦ୍ର କଠାର,ବରଗଡ)

You may have missed