June 13, 2026

ସାନଖେମୁଣ୍ଡିରେ ଚାଷ ଜମିକୁ ନେଇ ବିବାଦ ଘଟଣା ୧୬୩ ଧାରା ଜାରି କଲା ପ୍ରଶାସନ

IMG-20251026-WA0112
Share

ଦିଗପହଣ୍ଡି, ୨୬/୧୦(ବିଜୟ କୁମାର ପ୍ରଧାନ) ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡ଼ାମାରି ରାଜସ୍ବ ସର୍କଲ ର ସାମନ୍ତରାପୁର ମୌଜାର ସରକାରୀ ରଖିତ ଗୋଚର କିସମ  ଜମିକୁ ନେଇ କିଛି ବର୍ଷ ଧରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବା ସହ ଗତ ଶନିବାର ଦିନ ଉକ୍ତ ଜମିରେ ଧାନ, ବିରି ଫସଲ କୁ ଅନ୍ୟ ଏକ ଗୋଷ୍ଠୀ  ଗୋରୁ, ଛେଳି ମେଣ୍ଢା ପଲ ପୁରେଇ  ନଷ୍ଟ କରିଥିଲେ। ଗୋଷ୍ଠୀ ସଂଘର୍ଷ ଆଶଙ୍କାରେ ତହସିଲ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହି ଘଟଣାକୁ ଆୟତ୍ତ କରିଥିଲା।ରବିବାର ଜିଲ୍ଳା ପ୍ରଶାସନ ପକ୍ଷରୁ ଏହି ବିବାଦୀୟ ଜମିରେ ବିଏନଏସଏସ ର ୧୬୩( ଖ) ଧାରା ଲାଗୁ କରାଯାଇଛି। ବ୍ରହ୍ମପୁର ଉପ ଜିଲ୍ଲାପାଳ ଅଭିଷେକ କୁମାର ଙ୍କ ଦସ୍ତଖତ ରେ ବିବିଧ ମାମଲା କ୍ରମାଙ୍କ ନଂ. ୩୯/୨୦୨୫ କ୍ରମେ ଅପରାହ୍ନ ୩ ଟା ସମୟରୁ ଅନ୍ୟାଦେଶ ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ ହେଲା ବୋଲି ତହସିଲ ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ଯୋଗେ ସାମନ୍ତରାପୁର, ବତାଗଡ, ପୋଡ଼ାମାରି ଢ଼ିମିରା ସାହି ଆଦି ଅଞ୍ଚଳରେ ଘୋଷଣା କରାଯାଇଛି । ସାମନ୍ତରାପୁର ମୌଜାର ଖାତା ନଂ ୧୫୪ ରକ୍ଷିତ ଗୋଚର କିସମ ଅନ୍ତର୍ଭୁକ୍ତ ଶତାଧିକ ପ୍ଲଟର ଗୋଚର ଜମିରେ ସାମନ୍ତରାପୁର ଗ୍ରାମ ଲୋକେ ଚାଷ କରିଆସିଥିବା ବେଳେ ନିକଟସ୍ଥ ବତାଗଡ ଓ ପୋଡ଼ାମାରି ଗ୍ରାମର କିଛି ପରିବାର ୧୮ ଟି ପ୍ଲଟ ରେ ପୁରୁଷାନୁକ୍ରମେ ଚାଷ କରିଆସୁଥିଲେ। ତେବେ ଗତ ୨୦୨୧ ଏବଂ ୨୦ ୨୪ ରେ ଏହି ଜମିକୁ ନେଇ ଉକ୍ତ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା ଓ ୧୪୪ ଧାରା ବି ଲାଗୁ ହୋଇଥିଲା। ତେବେ ପୁଣି ଶନିବାର ଚାଷ ଜମିରେ ଗୋରୁପଲ ଚରାଇବା କୁ କେନ୍ଦ୍ର କରି ବିବାଦ ସୃଷ୍ଟି ପରେ ଅତିରିକ୍ତ ତହସିଲଦାର ଦିଲ୍ଲୀପକୁମାର ଜେନା ଥାନା  ଏସ୍ ଆଇ ଶୁଭଲକ୍ଷ୍ମି କଅଁର,ଶ୍ରୀନିବାସ ଦାସ, ଏ ଏସ ଆଇ ସନ୍ତୋଷ କୁମାର ମିଶ୍ର,ରାଜସ୍ବ ନୀରିକ୍ଷକ ଏମ. ସୁଦାମ  ଙ୍କ ସମେତ ୧ ପ୍ଲାଟୁନ ଫୋର୍ସ ମୁତୟନ ଥାଇ ସମୁଦାୟ ୩୬ ଟି ପ୍ଲଟ ଜମିରେ ନିଷେଧାଦେଶ ଜାରି କରାଯାଇଛି। ତେବେ ସାମନ୍ତରାପୁର ଗ୍ରାମବାସୀ ଚାଷ କରୁଥିବା ଶତାଧିକ ଏକର ସରକାରୀ ଗୋଚର ଜମିରେ ନିଷେଧାଦେଶ ଲଗାଇବା ପାଇଁ ଅନ୍ୟ ଗୋଷ୍ଠୀ ଦାବୀ କରିଛନ୍ତି।ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର

You may have missed