ସମ୍ଭାବ୍ୟ ବାତ୍ୟା ଆଶଙ୍କାରେ ବୁଗୁଡା ଅଞ୍ଚଳ ଚାଷୀ 

IMG-20251026-WA0101
Share

ବୁଗୁଡା :

ଭାରତୀୟ ପାଣିପାଗ ବିଭାଗର ଅନୁମାନ କ୍ରମେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଥିବାରୁ ସମ୍ଭାବ୍ୟ ସାମୁଦ୍ରିକ ଝଡବାତ୍ୟା “ମୋନ୍ଥା”କୁ ନେଇ ବୁଗୁଡା ଅଞ୍ଚଳର ଚାଷୀ ମଧ ଚିନ୍ତିତ ଥିବା ଜଣାଯାଇଛି । ଏଥର ଭଲ ବର୍ଷା ହେତୁ ଧାନ ଫସଲ ଭଲ ହୋଇଛି। ଚାଷୀମାନେ ଅନେକ ସମସ୍ୟା ମଧ୍ୟରେ ଚଢା ଦରରେ ପିଡିଆ କିଣି ଜମିରେ ପକାଇ ଫସଲକୁ ଉଠିଆ କରି ଅଧିକ ଅମଳ କରିବା ଆଶାରେ ରହିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଖବର ତାଙ୍କ ପାଇଁ ଆଶଙ୍କା ପାଲଟିଛି। ପୂର୍ବରୁ କେବଳ ଫାଇଲିନ୍ ନୁହଁ ଦାନା, ହୁଡୁହୁଡୁ ଆଦି ବାତ୍ୟାରେ ହୋଇଥିବା ଫସଲ ହାନିର ଭୟ ପୁଣି ମନକୁ ଶଙ୍କାଗ୍ରସ୍ତ କରୁଛି। ତେବେ ପ୍ରାକୃତିକ ବିପର୍ଯ୍ୟୟକୁ ଏଡାଇବାର ଶକ୍ତି ମନୁଷ୍ଯ ପାଖରେ ନଥିବାରୁ ବୁଗୁଡା ଅଞ୍ଚଳର ଚାଷୀକୁଳ ଭଗବାନଙ୍କ ଭରସାରେ ରହିଥିବା ଜଣାଯାଇଛି।