ସଂକ୍ରିଗୁଡା ଠାରେ ଭବାନୀପାଟଣା ବ୍ଲକ ଯାଦବ ମହାସଭାର ସାଂଗଠନିକ ଓ ନିର୍ବାଚନି ସଭା ଅନୁଷ୍ଠିତ ହୋଇଯାଇଛି

IMG-20251026-WA0022
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସଂକ୍ରିଗୁଡା ଠାରେ ଅବସ୍ଥିତ କଳାହାଣ୍ଡି ଜିଲ୍ଲା ଯାଦବ ଭବନ ଠାରେ ସଦର ବ୍ଲକ ଯାଦବ ମହାସଭାର ସାଂଗଠନିକ ଓ ନିର୍ବାଚନି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ସଭାପତି ଶ୍ରୀ ନୃପରାଜ ଗହୀର, ଉତ୍କଳ ଯାଦବ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ଶ୍ରୀ କୀର୍ତ୍ତନ ନାଏକ, ଶ୍ରୀ ଗିରିଧାରୀ ଗୌଡ଼, କୀର୍ତ୍ତି ଗୌଡ଼ ଓ ତ୍ରିପୁରା ନାଏକ ପ୍ରମୁଖ ଯୋଗ ଦେଇଥିବାବେଳେ, ଭବାନୀପାଟଣା ବ୍ଲକର ବିଭିନ୍ନ ପଂଚାୟତରୁ ଯାଦବ ସମାଜର ଶତାଧିକ ଲୋକ ଉପସ୍ଥିତ ହୋଇଥିଲେ।ଏହି ସଭା ସଦର ବ୍ଲକ ଯାଦବ ମହାସଭାର ସଭାପତି ଶ୍ରୀ ଲିଙ୍ଗରାଜ ଗହୀରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ, ସଦର ବ୍ଲକ ସମ୍ପାଦକ ଶ୍ରୀ କୀର୍ତ୍ତିଚନ୍ଦ୍ର ଗଉଡ଼ ସଭା ପରିଚାଳନା ପୂର୍ବକ, ସଭାରେ ଉପସ୍ଥିତ ମୁଖ୍ୟ ଅତିଥିଗଣ ଓ ସମସ୍ତ ଯାଦବ ଭାଇ ମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏହି ସଭାରେ ଜିଲ୍ଲା ସଭାପତିଙ୍କ ଦ୍ୱାରା ସଦର ବ୍ଲକର ବିଭିନ୍ନ ପଞ୍ଚାୟତରେ ନିର୍ବାଚିତ ହୋଇଥିବା ସମସ୍ତ ସଭାପତି, ଉପସଭାପତି, ସମ୍ପାଦକ ଓ ସହସମ୍ପାଦକଙ୍କ ନାମ ଘୋଷଣା କରାଯାଇଥିଲା ତଥା ଯାଦବ ସମାଜର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ କିପରି ହୋଇପାରିବ ସେ ବାବଦରେ ବିଶେଷ ଆଲୋଚନା କରାଯାଇଥିଲା। ଏଥିସହ ଜିଲ୍ଲା ସଭାପତି ଓ ସଦର ବ୍ଲକ ସଭାପତି କଳାହାଣ୍ଡି ଜିଲ୍ଲାର ସମସ୍ତ ଯାଦବ ଭାଇ ମାନଙ୍କୁ ଏକଜୁଟ ରହିବା ପାଇଁ ଆହ୍ୱାନ ଦେଇଥିଲେ।

You may have missed