April 28, 2026

ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନର ପାଠଚକ୍ର 

IMG-20251024-WA0038
Share

ବୁଗୁଡା : ତା ୨୪/୧୦/୨୫ : ମିଳିତ ଜାତିସଂଘ ଦିବସ-୨୦୨୫ ଅବସରରେ ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷର ତୃତୀୟ ପାଠଚକ୍ର କାର୍ଯ୍ୟକ୍ରମ କଲେଜ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପାଠଚକ୍ରର ଶୀର୍ଷକ ” ଦି ୟୁନାଇଟେଡ୍ ନେସନସ୍ ଏଟ୍ ଏଇଟି : ଷ୍ଟ୍ରେନ୍ତେନିଙ୍ଗ୍ ମଲଟିଲେଟେରେଲିଜମ୍ ଇନ୍ ଏନ୍ ଏରା ଅଫ୍ ଗ୍ଲୋବାଲ୍ ଅନସେର୍ଟେନିଟି ” ରହିଥିଲା । କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଆସ୍କା ସାଇନ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ଯାପକ ତଥା ସୂଚନା ଅଧିକାର ସମ୍ବଳ ବ୍ଯକ୍ତି ଡ.ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ ଯୋଗ ଦେଇଥିବା ବେଳେ ପିପୁଲ୍ସ କଲେଜ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅକ୍ଷୟ କୁମାର ସାହୁ , ଅଧ୍ଯାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳ ପ୍ରମୁଖ ମଞ୍ଚାସୀନ ରହିଥିଲେ। ଛାତ୍ରୀ ଜ୍ଯୋତି ପାଣିଗ୍ରାହୀ ଓ ଖୁସି ବିଷୋୟୀ ଏହି ପାଠଚକ୍ରର ସନ୍ଦର୍ଭ ପାଠ କରିଥିଲେ। ଏ ଅବସରରେ ବୈଶ୍ବିକ ଅନିଶ୍ଚିତତା ଯୁଗରେ ବହୁପକ୍ଷିକତାକୁ ସୁଦୃଢ କରିବା ଦିଗରେ ଅଶୀ ବର୍ଷରେ ପଦାର୍ପଣ କରିଥିବା ମିଳିତ ଜାତିସଂଘର ଭୂମିକା ସମ୍ପର୍କେ ଆଲୋକପାତ କରାଯାଇଥିଲା । ଏଥି ସହ ଛାତ୍ରଛାତ୍ରୀଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ଗିତାଞ୍ଜଳୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପରିଶେଷରେ ଛାତ୍ରୀ ଶ୍ରଦ୍ଧାଞଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।