June 13, 2026

ଦୀପାବଳିରେ ବାଣ ପରିବର୍ତେ ଦୀପ ଜାଳିବାକୁ ସ୍କୁଲ ଛାତ୍ରଛାତ୍ରୀଙ୍କ ସଚେତନ ଶୋଭାଯାତ୍ରା

IMG-20251021-WA0070
Share

 

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଦିନକୁ ଦିନ ବାୟୁ ମଣ୍ଡଳ ଦୂଷିତ ହୋଇ ପରିବେଶ ଉପରେ ପ୍ରଭାବ ପଡ଼ି ମାନବ ସମ୍ବଳ ରୋଗଗ୍ରସ୍ତ ହେଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ମହର୍ଷି ଗୁରୁକୁଳ ଟେକ୍ନୋ କନସେପ୍ଟ ସ୍କୁଲ ପକ୍ଷରୁ ପରିବେଶ ସୁରକ୍ଷା ନିମନ୍ତେ ସଚେତନ ସୃଷ୍ଟି କରି ସାମାଜିକ ବାର୍ତ୍ତା ଦେଇଛନ୍ତି। ଚଳିତ ବର୍ଷ ଠାରୁ ଆଉ ବାଣ ଫୁଟାଇ ଦୀପ ଜାଳି ଦୀପାବଳି ପାଳିବାକୁ ଅନୁରୋଧ କରିଛନ୍ତି। ଗୁଣୁପୁର ମହର୍ଷି ଗୁରୁକୁଳ ଟେକନୋ କନସେପ୍ଟ ସ୍କୁଲ ଛାତ୍ରଛାତ୍ରୀ ପକ୍ଷରୁ ଏକ ଶୋଭାଯାତ୍ରା ବାହାର କରି ସହର ପରିକ୍ରମା କରାଯାଇ ସାଧାରଣରେ ସୃଷ୍ଟି କରାଯାଇଥିଲା। ଏହି ଅଵସରରେ ପିଲାମାନେ ପରିବେଶ ସୁରକ୍ଷା ଓ ବାଣ ଫୁଟାଇବା ବଦଳରେ ପ୍ରଦୀପ ପ୍ରଜ୍ଵଳନ କରିବା ସମ୍ପର୍କିତ ଲେଖା ହୋଇଥିବା ପ୍ଲାଇକାର୍ଡ ଧରି ସହରର ମୁଖ୍ୟରାସ୍ତାରେ ପରିକ୍ରମା କରି ସାମାଜିକ ବାର୍ତ୍ତା ଦେବାକୁ ଉଦ୍ୟମ କରାଯାଇଛି। ମୁଖ୍ୟତଃ ଦୀପାବଳି ପର୍ବରେ ବିଭିନ୍ନ ପ୍ରକାର ବାଣ ନଫୁଟାଇ କେବଳ ଦୀପ ପ୍ରଜ୍ବଳନ କରି ଦୀପାବଳି ପାଳନ କରିବାକୁ ପିଲାମାନେ ନିବେଦନ କରିବା ପାଇଁ ଏହି ସଚେତନ ଶୋଭାଯାତ୍ରାର ଉଦେଶ୍ୟ ଥିଲା । ଏହି କାର୍ଯ୍ୟକ୍ରମରେ ଗୁଣୁପୁର ଆଦର୍ଶ ଥାନା ଅଧିକାରୀ କେକେବିକେ କହଁର ,ପୁଲିସ ଫୋର୍ସ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ଶତପଥୀ ,ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ପରିଚାଳନା କରିଥିଲେ। ପରିବେଶ ସୁରକ୍ଷା ପାଇଁ ଛୋଟ ଛୋଟ ପିଲା ମାନଙ୍କ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି।

You may have missed