June 13, 2026

ଜନ୍ମ ଦିନ ଅବସର ରେ ରକ୍ତ ଶିବିର ୨୩ୟୁନିଟ ରକ୍ତ ସଂଗୃହୀତ…… 

IMG-20251017-WA0056
Share

 

ନିଜ ଜନ୍ମ ଦିନ କୁ ସ୍ମରଣୀୟ କରିବାକୁ ଓ ଅଜଣା ରୋଗୀ ଙ୍କୁ ସହଯୋଗ କରିବା ପାଇଁ ଆଜି ନିଷ୍ଠା ପରିବାର ର ସକ୍ରିୟ ସଦସ୍ୟ ତଥା ବଗେଇବିରା ଇଣ୍ଡିଆନ ମିଲଟାରୀ ଏକାଡେମୀ ର ପ୍ରତିଷ୍ଠାତା ଶ୍ରୀ ପୁରନ୍ଦର ଭୋସାଗର ତାଙ୍କ ଜନ୍ମ ଦିନ ପାଳନ ଅବସରରେ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଗେଇବିରା ପଡିଆ ଠାରେ ନିଷ୍ଠା ପରିବାର ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମ ରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ର ଆୟୋଜନ କରିଥଲେ। ଏହି ଶିବିର ରେ ମୁଖ୍ୟ ଅତିଥି ଭାବରେ ଗୋବିନ୍ଦପୁର ସରପଞ୍ଚ ତଥା ପେକ୍ସ ସଭାପତି ପ୍ରଫୁଲ୍ଲ ନାୟକ ସମ୍ବାନୀତ ଅତିଥି ଭାବରେ ନିଷ୍ଠା ପରିବାର ର ସଭାପତି ଶ୍ରୀ ଅଶ୍ୱିନୀ ତ୍ରିପାଠୀ, ଯୁବ ଆଇନଜିବି ତଥା ସମାଜ ସେବୀ ଅଭିନାଶ ବାଗ, ଯୁବ ନେତା କମଳ ତାଣ୍ଡି ଯୋଗଦେଇ ଶିବିର ର ଶୁଭ ଉଦ୍ଘାଟନ କରିଥିଲେ। ଏହି ଶିବିର ରେ ପୁରନ୍ଦର ଭାଇ ଙ୍କ ସମେତ ସର୍ବମୋଟ #୨୩ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ରକ୍ତ ସଂଗୃହୀତ  ହୋଇଥିବା ବେଳେ ଏହି ଶିବିର କୁ ବଗେଇବିରା ଇଣ୍ଡିଆନ ମିଲଟାରୀ ଏକାଡେମୀ ସମସ୍ତ ସଦସ୍ୟ ଓ ଛାତ୍ର ଛାତ୍ରୀ , ନାଗାର୍ଜୁନ ବୁଦ୍ଧ ବିହାର ର ସମସ୍ତ ସଦସ୍ୟ ସଦସ୍ୟା, ବଗେଇ ବିରା ଗ୍ରାମବାସୀ ଓ ନିଷ୍ଠା ପରିବାର ର ସଦସ୍ୟ ମାନେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ। ପରିଶେଶ ରେ ରକ୍ତ ଦାନ ଶିବିର ଆୟୋଜନ ପାଇଁ ପୁରନ୍ଦର ଭାଇ ଙ୍କୁ ଆମ ନିଷ୍ଠା ପରିବାର ତରଫ ରୁ ଏକ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ସମସ୍ତ ରକ୍ତ ଦାତା ଙ୍କୁ ନିଷ୍ଠା ପରିବାର ତରଫ ରୁ ବହୁତ ବହୁତ ଧନ୍ୟବାଦ ଓ ପୁରନ୍ଦର ଭାଇ ଙ୍କୁ ଜନ୍ମ ଦିନ ର ଅନେକ ଅନେକ ଶୁଭେଚ୍ଛା , ଅଭିନନ୍ଦନ। ତମର ଦୀର୍ଘ ଜୀବନ ପାଇଁ ପ୍ରଭୁ ଙ୍କ ଠାରେ ନିଷ୍ଠା ପରିବାର ର ପ୍ରାର୍ଥନା।

You may have missed