ଭଟାଙ୍ଗପଦର ଠାରେ ଶିଶୁ ମହୋତ୍ସବ ଅନୁଷ୍ଠିତ

IMG-20251016-WA0037
Share

 

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) ଭବାନୀପାଟଣା ସହର ଉପକଣ୍ଠରେ ଅବସ୍ଥିତ, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର କ୍ଲଷ୍ଟରର ଭଟାଙ୍ଗପଦର ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ, ଓଡିଶା ସରକାରଙ୍କ ନିୟମାବଳି ଓ ନିର୍ଦେଶ ଅନୁଯାୟୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨O୨୫ ଅନୁଷ୍ଠିତ ହୋଇଯାଇଛି। ଏହି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବରେ ଭଟାଙ୍ଗପଦର ସରପଞ୍ଚ ଶ୍ରୀମତୀ ଦଶମୀ ମାଝୀ ଯୋଗ ଦେଇଥିବାବେଳେ, ସମ୍ମାନିତ ଅତିଥି ଭାବରେ ସମିତି ସଭ୍ୟ ଶ୍ରୀ ରୁପେନ୍ଦ୍ର ଛାତ୍ରିଆ, ସି.ଆର.ସି.ସି ଶ୍ରୀ ମନୋଜ କୁମାର ସାହୁ, ଜବଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଶିବପ୍ରସାଦ ଦାସ, ଗୁଣ୍ଡ୍ରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶ୍ରୀ ଗୁଣନିଧି ସାହୁ ତଥା ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତି ଲିଳିମା ମଞ୍ଜରୀ ସୁନାନି ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଏଥିରେ ସି.ଆର.ସି.ସି ଶ୍ରୀ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ, ସୁଶ୍ରୀ ପ୍ରଜ୍ଞାପ୍ରିୟଦର୍ଶିନୀ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଏହି ମହୋତ୍ସବରେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ମଞ୍ଚାସିନ ଅତିଥିଗଣ ନିଜ ନିଜର ଅଭିଭାଷଣ ଦେଇଥିବାବେଳେ, ନିଜ ଅଭିଭାଷଣ ଜରିଆରେ ସରକାରଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ବିଷୟରେ ସବିଶେଷ ଭାବରେ ଜଣାଇଥିଲେ। ଏହାପରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ମାନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବିଜେତା ଛାତ୍ର ଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ଓ ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ଛାତ୍ର ଛାତ୍ରୀଙ୍କ ଉତ୍ସାହ ବଢ଼ାଯାଇଥିଲା। ଏଥିସହ ଶିଶୁ ମହୋତ୍ସବ ସୁରଭି-୨O୨୫ କାର୍ଯ୍ୟକ୍ରମ ଶେଷ ହୋଇଥିଲା।

You may have missed