ସୁନାପାଙ୍ଗା ଗ୍ରାମରେ ରାସ୍ତା ଓ ନଦୀରେ ପୋଲ ନିର୍ମାଣ ଦାବି।

ଦାରିଙ୍ଗବାଡ଼ି. 13/10/2025. (ଉପାନ୍ତ ଖବର) ମାଥିଉ ମୁଠା ମାଝୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ୍ ଗଦାପୁର ଗ୍ରାମ ପଞ୍ଚାୟତ ସୁନାପାଙ୍ଗ ଗ୍ରାମ ରେ ପହଞ୍ଚି ନାହିଁ ମୌଳିକ ସୁବିଧା।ଗାଁକୁ ଭଲ ରାସ୍ତାନ ଥିବା ବେଳେ ବିଦ୍ୟୁତ୍ ଆଲୋକ ଏବଂ ଜଳ ପାନୀୟ ଅପହଞ୍ଚ ଗାଁରେ।ସୁନାପାଙ୍ଗା ଗ୍ରାମକୁ ଯିବାକୁ ହେଲେ ତିନି ଚାରି ପାହାଡ଼ ଏବଂ ନଦୀ ଅତିକ୍ରମ କରି ଯିବାକୁ ପଡିଥାଏ । ଗ୍ରାମ ପୂର୍ବରୁ ଥିବା ନଦୀରେ ପୋଲ ନ ଥିବାରୁ କାଠ ପୋଲ ନିର୍ମାଣ କରି ଯାତାୟାତ କରନ୍ତି ଗ୍ରାମବାସି । ପ୍ରବଳ ବର୍ଷାରେ କାଠ ପୋଲ,ଭାସିଯିବାରୁ ଗ୍ରାମବାସ ଗଛକୁ ଗଛ ବିଦ୍ୟୁତ୍ ତାର ବାନ୍ଧି ବିପଦ ସଂକୁଳ ଅବସ୍ଥାରେ ନଦୀ ପାରି ହୋଇଥାନ୍ତି । ବିଶେଷ କରି ଗର୍ଭବତୀ ମହିଳା ଦୁଃଖ କହିଲେ ନସରେ।ଏହି ଗ୍ରାମରେ କେବଳ କନ୍ଧ ଆଦିବାସୀ ବସ ବାସ କରନ୍ତି ୧୫ ପରିବାର। ଏହି ସୁନାପାଙ୍ଗା ଗାଁ କୁ ଦେଇ ଯାଉଥିବା ପ୍ରାୟ ୪ ଗୋଟି ଗାଁ ମୋହୁଳବଜା,କୁଚାଗୁଡି,ମେରାଗୁଡ଼ି,ଡଙ୍ଗାବାଦେରୀ ଏହି ରାସ୍ତାରେ ନଅ ଶହ ଉର୍ଦ୍ଧ ଯାତାୟାତ ହୋଉଥିବା ସୂଚନା ମିଳିଛି । ଗାଦାରିଗୁଡ଼ି ଛକ ଠାରୁ ସୁନାପାଙ୍ଗା ରାସ୍ତା ଦୁଃଖ ଓ ପରିତାପର ବିଷୟ ଗ୍ରାମକୁ ଯିବା ପାଇଁ ପାଦ ଚଲା କାଦୁଅ ପଚ୍ ପଚ୍ ହୋଇଥାଏ । ଗଦାପୁର ଗ୍ରାମପଞ୍ଚାୟତ ଠାରୁ ସୁନାପାଙ୍ଗା ଗ୍ରାମ ଦୂରତା ୨୦କି.ମି ହେବ। ସରକାର ଯୋଜନା ଆଣିଥିବା ଚାଉଳ ଏବଂ ସାମଗ୍ରୀ ଆଣିବାକୁ ମଧ୍ଯ ବଞ୍ଚିତ ହୋଉଛନ୍ତି ଗ୍ରାମବାସୀ।ଦାରିଙ୍ଗବାଡ଼ି ବ୍ଳକ୍ ଅଫିସ୍,ବଜାର, ବ୍ୟାଙ୍କ୍, ତହସିଲ, କଲେଜ, ସ୍କୁଲ ଯିବା ପାଇଁ ସମସ୍ୟା ହେଉଛି। ଗ୍ରାମରେ ଆବାସ ଯୋଜନା ରୁ ସୁନାପାଙ୍ଗା ଗାଁ ଅପହଞ୍ଚ ରହିଛି।ସୁନାପାଙ୍ଗା ଗ୍ରାମବାସୀ ନଦୀ, ନାଳ ପାଣି ବ୍ୟବହାର କରୁଛନ୍ତି।ଏହି ଦୂଷିତ ପାଣି ବ୍ୟବହାର କରି ଅନେକ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଗ୍ରାମରେ ସୋଲାର ପାଣି ଏବଂ ବସୁଧ ପାଣି ଟାଙ୍କି ବ୍ୟବସ୍ଥା କରିବାକୁ ସରକାରକୁ ଦାବି କରିଛନ୍ତି।ସୁନାପାଙ୍ଗା ଗାଁରେ ବିଦ୍ୟୁତ ନ ଥିବାରୁ ପିଲାମାନଙ୍କ ଭବିଶ୍ୟତ୍ନଷ୍ଟ ହେଉଛି ବୋଲି କହୁଛନ୍ତି । ସ୍କୁଲ୍, କଲେଜ୍,ପିଲାମାନେ ଛୁଟିରୁ ଘରକୁ ଆସି ପାଠ ପଡ଼ି ପାରୁ ନାହିଁନ୍ତି କାହିଁକି ନାଁ ବିଦ୍ୟୁତ୍ ଏହି ଗାଁରେ ସାତ ସପନ।ଏହି ନେଇ ସରକାରକୁ ଦାବି କରୁଛନ୍ତି। ସାମୋସନ୍ ମାଝୀ, ମୋଉସା ସୁନାମାଝୀ,ବଣ୍ଡାସା ମାଝୀ,ପାଉଲ ମାଝୀ,ଯାକବ ପାଟ ମାଝୀ, ପିଆଲା ସୁନାମାଝୀ, ତିଥ ମୁଠା ମାଝୀ, ସୁନାପାଙ୍ଗା ଗ୍ରାମବାସୀ ରାସ୍ତା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ଏବଂ ବିଦ୍ୟୁତ୍,ବସୁଧା ପାଣି ଟାଙ୍କି ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି । ସମସ୍ୟାର ସମାଧାନ ନ ହେଲେ ଆସନ୍ତି ନିର୍ବାଚନ ଭୋଟ ବର୍ଜନ କରିବା ସହ ରାଜ ରାସ୍ତା ଏବଂ ବ୍ଳକ୍ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସି
