April 30, 2026

କାର୍ତ୍ତିକ ଆରମ୍ଭରୁ ପରିବା ଦର ଆକାଶଛୁଆଁ…

IMG-20251012-WA0033
Share

 

୧୨/୧୦(ଉପାନ୍ତ ଖବର): ବର୍ତ୍ତମାନ କାର୍ତ୍ତିକ ମାସ ଚାଲିଛି, ଅଧିକାଂଶ ଲୋକେ ନିରାମିଷ ଖାଦ୍ୟ ଖାଉଛନ୍ତି, ତେଣୁ ପରିବା ଉପରେ ଲୋକଙ୍କ ଚାହିଦା ରହୁଛି l ବର୍ତ୍ତମାନ ଲଗାତର ଲଘୁଚାପ ବର୍ଷା ଯୋଗୁଁ ଓଡ଼ିଶାର ପ୍ରାୟ ଅଧିକାଂଶ ଜିଲ୍ଲା ରେ ପରିବା ଆମଦାନୀ କମି ଯାଇଛି l ଏଣୁ ଦରରେ ଅହେତୁକ ବୃଦ୍ଧି ଘଟିଛି ବୋଲି ହୋଲସେଲ ବ୍ୟବସ୍ୟାୟୀ ମାନେ ମତ ଦେଇଛନ୍ତି l ୨୦୦ ଶହ ଟଙ୍କାରେ ମଧ୍ୟ ବ୍ୟାଗ୍ ପୁରୁନି, କିଲେ ଜାଗାରେ ଅଢେଇ ଶହ ନେଉଛନ୍ତି ଖାଉଟି | କାର୍ତ୍ତିକ ମାସ ଆରମ୍ଭରୁ ହିଁ ପରିବା ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଏହି ମାସରେ ସଂଖ୍ୟାଧ‌ିକ ଘରେ ଆମିଷ ନିଷେଧ । ଏଣୁ ନିରାମିଷ ଖାଦ୍ୟ ପାଇଁ ପନିପରିବା ଉପରେ ଅଧିକ ନିର୍ଭରଶୀଳ ହୋଇ ପଡ଼ୁଛନ୍ତି ଲୋକେ । ହେଲେ ଗତ କିଛି ଦିନରେ ପନିପରିବା ଦର ବେଶ୍ ଦର ବୃଦ୍ଧି ପାଇଛି, ଯାହାକୁ ନେଇ ଗ୍ରାହକ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଅନ୍ୟ ଉପାୟ ନହୋଇ ଲୋକେ ପୂର୍ବାପେକ୍ଷା କମ୍ ପରିମାଣର ପନିପରିବା ନେଇ କାମ ଚଳାଇବାକୁ ବାଧ୍ୟ ହେଉଛନ୍ତି । ପକେଟରୁ ଅଧିକ ଟଙ୍କା ଯାଉଛି, ମାତ୍ର ବ୍ୟାଗରେ ପରିବା ଭର୍ତ୍ତି ହେଉନି ।

ଅଗଷ୍ଟ ଓ ସେପପ୍ଟେମ୍ବର ମାସରେ ଲଗାଣ ବର୍ଷା ଯୋଗୁଁ ସ୍ଥାନୀୟ ବ୍ଲକର ବିଭିନ୍ନ ଅଞ୍ଚଳର ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇପଡିଛି ।ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଯେଉଁ କିଛି ପରିବା ଚାଷୀ ଚାଷ କରୁଛନ୍ତି, ସେମାନଙ୍କ ର ଆମଦାନୀ ପରେ ଦର କମିବ ବୋଲି ବ୍ୟବସାୟୀ ମାନେ ଆଶା କରିଛନ୍ତି । ଅନ୍ୟ ପକ୍ଷରେ ପନି ପରିବା ଯାହା କିଛି ଏହି ଅଞ୍ଚଳରୁ ଆଦାୟ ହେଉଛି ବ୍ୟବସାୟୀ ମାନେ ଅଧିକ ଟଙ୍କାରେ କିଣିବାକୁ ପଡୁଛି। ଯାହାକି ପରିବାଦର ବୃଦ୍ଧି ହେଉଥିବାର କହିଛନ୍ତି ବ୍ୟବସାୟୀ। ପରିବା ବଜାରରେ ଆଳୁ ଦର କିଲୋ ପିଛା ୨୫ଟଙ୍କା ରହିଥିବା ବେଳେ ପିଆଜ ୩୫ଟଙ୍କା,ଟମାଟ ୫୦ଟଙ୍କା,ବାଇଗଣ ୬୦ଟଙ୍କା,ଜହ୍ନି ୪୦ଟଙ୍କା, କଖାରୁ ଓ ଅମୃତଭଣ୍ଡା ୪୦ରୁ ୫୦ଟଙ୍କା, ଫୁଲକୋବି କିଲୋ ପିଛା ୮୦ଟଙ୍କା,ବନ୍ଧା ୪୦ଟଙ୍କା। କଞ୍ଚା ଲଙ୍କା ୧୦୦ଟଙ୍କା, କଞ୍ଚାକଦଳୀ ୧୦ରୁ ୧୫ଟଙ୍କା ଏବଂକୋଶଳା ଶାଗ ବିଡା ୧୫ ରୁ ୨୦ ଟଙ୍କା ରହିଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ତଳେ ପରିବା ଦର ଯାହାକିଛି ଥିଲା କାର୍ତ୍ତିକ ମାସରେ ପ୍ରାୟ ଦୁଇଗୁଣା ହୋଇଛି। କାର୍ତ୍ତିକ ମାସରେ ଆମିଷ ବନ୍ଦ ଥିବାରୁ ପରିବାଦର ବଢୁଛି। ଯାହାକି ଗରିବ ପରିବାରରେ ହାଣ୍ଡିଶାଳରେ ଚଡକ ପଡିଥିବାର ଦେଖିବାକୁ ମିଳିଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

You may have missed